Home > ଅନ୍ତରାଷ୍ଟ୍ରୀୟ
ଇରାନ୍ ଜାରିକଲା ବ୍ରିଟିଶ୍ ଜାହାଜର ଭିଡିଓ, ସମସ୍ତ ଭାରତୀୟ ସୁରକ୍ଷିତ
Khabar Odisha:International-national-Odisha-iran-releases-video-showing-capture-of-british-oil-tanker
ନୂଆଦିଲ୍ଲୀ, ଜୁଲାଇ ୨୧(ଖବର ଓଡିଶା):

ଇରାନ ପକ୍ଷରୁ ଷ୍ଟେଟ ଅଫ୍ ହୋର୍ମୁଜରେ ଜବତ କରାଯାଇଥିବା ବ୍ରିଟିଶ୍ ତେଲ ଟ୍ୟାଙ୍କରର ଏକ ଭିଡିଓ ଜାରି କରିଛି । କିଭଳି ଭାବରେ ଗାର୍ଡମାନେ ବ୍ରିଟିଶ୍ ଜାହାଜର ଚତୁର୍ଦିଗ ଘେରୁଛନ୍ତି ଏବଂ ଜାହାଜକୁ ଆଗକୁ ବଢିବା ପାଇଁ ଦିଆଯାଉନାହିଁ, ତାହା ଏହି ଭିଡିଓରେ ଦେଖାଯାଇଛି । ଏହି ଭିଡିଓକୁ ଇରାନୀ ସୈନିକ ହିଁ ସୁଟିଂ କରିଥିଲେ । 

ଷ୍ଟେନା ଇମପେରୋ ନାମକ ଏହି ଜାହାଜରେ ୨୩ ଜଣ କ୍ରୁ ମେମ୍ୱର ସାମିଲ ଥିଲେ, ଯେଉଁଥିରୁ ୧୮ ଜଣ ହେଉଛନ୍ତି ଭାରତୀୟ । ସମସ୍ତେ ସୁରକ୍ଷିତ ଥିବା କଥା ଇରାନ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ବନ୍ଦର ଆବାସ ପୋର୍ଟରେ ରଖାଯାଇଛି, ଯେଉଁଠାରେ ସେମାନେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ବୋଲି ଇରାନ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି । 

ଏହା ସହିତ ଷ୍ଟେନା ଇମପେରୋ ଅନ୍ତରାଷ୍ଟ୍ରୀୟ ନିୟମର ଉଲଙ୍ଘନ କରିଥିବା ମଧ୍ୟ ଇରାନ ପକ୍ଷରୁ କୁହାଯାଇଛି । ଇରାନ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଇରାନର ସୈନିକମାନେ କଳା ମାସ୍କରେ ହେଲିକପ୍ଟରରୁ ଟ୍ୟାଙ୍କର ଉପରେ ଓହ୍ଲାଇବା ଓ ତା ଉପରେ କବ୍ଜା କରିବା ଦେଖିବାକୁ ମିଳୁଛି ।