Home > ଅନ୍ତରାଷ୍ଟ୍ରୀୟ
ମୁଣ୍ଡ ନୂଆଁଇଲା ମାଲେସିଆ, ଭାରତ ସହ କଥାବାର୍ତା କରିବା ପାଇଁ କଲା ଗୁହାରି
Khabar Odisha:Malaysia-talks-to-India-over-palm-curbs-as-wider-trade-dispute
ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା):

ଦେଶର ଆଭ୍ୟନ୍ତରୀଣ ମାମଲାରେ ବାରମ୍ୱାର ହସ୍ତକ୍ଷେପ ପୂର୍ବକ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ମାଲେସିଆରୁ ପାମ ଅଏଲ ଆମଦାନୀ କରିବା ବନ୍ଦ କରିଦେଇଥିଲା । ପାମ ଅଏଲ ଆମଦାନୀ ବନ୍ଦ ହୋଇଯିବାରୁ ମାଲେସିଆର ବୁଦ୍ଧି ହଜିଯାଇଥିଲା ଭାରତ ପାମ ଅଏଲ ଆମଦାନୀ କରିବାର ମାଲେସିଆର ସବୁଠାରୁ ବଡ ଗ୍ରାହକ ଥିବାରୁ ମାଲେସିଆର ପାମ ଅଏଲ ବ୍ୟବସାୟ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ସ୍ଥିତି ଏପରି ହୋଇଥିଲା କି ପାମ ଅଏଲର ମୂଲ୍ୟ ଗତ 11 ବର୍ଷରେ ସବୁଠାରୁ କମ ସ୍ତରରେ ପହଁଞ୍ଚି ଯାଇଥିଲା ଏଭଳି ଆର୍ଥିକ ସ୍ତରରେ କ୍ଷତି ପହଁଞ୍ଚିବାପରେ ମାଲେସିଆର ବ୍ୟବସାୟୀ ତାଙ୍କ ସରକାର ଉପରେ ଚାପ ପ୍ରୟୋଗ କରିଛନ୍ତି ଭାରତ ସହ କଥା ବାର୍ତ୍ତା କରି କିଭଳି ଏହି ମାମଲାର ସମାଧାନ କରାଯାଇପାରିବ ସେ ନେଇ ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି । ନିଜ ଦେଶର ବ୍ୟବସାୟୀ ମାନଙ୍କଠାରୁ ପ୍ରବଳ ଚାପ ପଡ଼ିବା ପରେ ଭାରତ ସହ କଥାବାର୍ତା କରିବା ପାଇଁ ଭାରତକୁ ଅନୁରୋଧ କରିଛନ୍ତି ମାଲେସିଆ ସରକାର ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପାମ ଅଏଲରେ ଭାରତ ସହ ଦେଖାଦେଇଥିବା ବିବାଦକୁ ତୁରନ୍ତ ସମାଧାନ କରିବା ପାଇଁ ଚାହୁଁଛି ମାଲେସିଆ ଏ ନେଇ କୂଟନୈତିକ ସ୍ତରରେ ମଧ୍ୟ ଆଲୋଚନା କରିବାକୁ ପ୍ରୟାସ କରୁଛି ମାଲେସିଆ  । ଆସନ୍ତା ସପ୍ତାହରେ ଦାବୋସରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମ ମିଟିଙ୍ଗରେ ମଧ୍ୟ ମାଲେସିଆ ବାଣିଜ୍ୟ ମନ୍ତ୍ରୀ ଡାରେଲ ଲେଇକିଙ୍ଗ ଭାରତୀୟ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଏନେଇ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି ।

ହେଲେ ଗତ ଗୁରୁବାର ଦିନ ପାମ ଅଏଲ ନେଇ ମାଲେସିଆ ସହ ହୋଇଥିବା ବିବାଦ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସାମ୍ୱାଦିକ ମାନେ ପ୍ରଶ୍ନ କରିଥିଲେ ମଧ୍ୟ ସେ ମାଲେସିଆ ଉପରେ ଭାରତ କୌଣସି ଉଦ୍ଧେଶ୍ୟ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବୋଲି ନିଜ ଯବାବରେ ଉତ୍ତର ଦେଇଥିଲେ ମନ୍ତ୍ରୀ ।