Home > ଅନ୍ତରାଷ୍ଟ୍ରୀୟ
ସାମଗ୍ରୀ କ୍ରୟ କରିବା ବେଳେ ଦୋକାନୀ ପଚାରିବେ ଆପଣଙ୍କ ଆୟ ସମ୍ପର୍କିତ ବିବରଣୀ, ସରକାର କରୁଛନ୍ତି ତଥ୍ୟ ସଂଗ୍ରହ
Khabar Odisha:Natioanal-shopkeepers-will-ask-you-about-your-income-purchasing-pattern-etc-government-conducting-survey
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮(ଖବର ଓଡ଼ିଶା):

ଆପଣ ଦୋକାନରୁ ସଉଦା ଆଣିବା ବେଳେ ଯଦି ଦୋକାନୀ ଆପଣଙ୍କୁ ଆପଣଙ୍କ ଆୟ କେତେ ହେଉଛି ବ୍ୟୟ କେତେ ହେଉଛି କିମ୍ବା ଅନ୍ୟ କିଛି ସମ୍ପର୍କରେ ପଚାରନ୍ତି ତେବେ ବ୍ୟସ୍ତ ହେବା ହୁଅନ୍ତୁ ନାହିଁ । ବର୍ତ୍ତମାନ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଆୟ ବିବରଣୀ ନେଇ ଦେଶର ଆର୍ଥିକସ୍ଥିତି ମେଗା ସର୍ଭେ କରିବାକୁ ଯାଉଛନ୍ତିା 

ସରକାର ସାଧାରଣ ଲୋକଙ୍କ ଆୟ ଓ ଖର୍ଚ୍ଚର ତଥ୍ୟ ସଂଗ୍ରହ କରି ତାର ସଠିକ ଉପଯୋଗ କରିବା ସହ କିଛି ଯୋଜନା ବନାଇବା ପାଇଁ ଯାଉଛନ୍ତି । ନିଜ ଆୟ ସମ୍ପର୍କରେ ସାଧାରଣତଃ ଲୋକେ କାହାକୁ ଜଣାଇବାକୁ ଚାହିଁ ନଥାନ୍ତି । କିନ୍ତୁ ଆପଣଙ୍କୁ ଦୋକାନୀ ଏହି ସମ୍ପର୍କରେ ପଚରାଉଚରା କରି ଅନୁପ୍ରାଣିତ କରିବେ ।  କେବଳ ଏତିକି ନୁହେଁ ଦୋକନୀକୁ ମଧ୍ୟ ନିଜ ଆୟର ବିବରଣୀ ସରକାରଙ୍କୁ ଦେବାକୁ ପଡ଼ିବ । ଦୋକାନରେ ନିବେଶ ପୁଞ୍ଜି ଓ ସେଠାରେ କେତେଜଣ କାମ କରୁଛନ୍ତି ଭଳି ଅନେକ କିଛି ସୂଚନା ଦେବାକୁ ପଡ଼ିବ । 

ଆୟ ବିବରଣୀ ପାଇଁ ଏକ ଆପ ମଧ୍ୟ କରାଯାଇଛି । ଯେଉଁଥିରେ ଆୟର ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ଼ କରିହେବ । ଚଳିତ ବର୍ଷ ଅଗଷ୍ଟରୁ ବିହାର, ପୁଡ଼ୁଚେରୀ, ତ୍ରିପୁରା ଓ ଛତିଶଗଡ଼ରେ ଏହି ବିବରଣୀ ସଂଗ୍ରହ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ଦୋକାନୀଙ୍କୁ ମଧ୍ୟ ଜଡ଼ିତ କରାଯାଇଛି । ଏହି ସବୁ ସ୍ଥାନରେ ସଫଳତା ପାଇବା ପରେ ଅନ୍ୟ ସ୍ଥାନରେ ଲାଗୁ କରାଯିବ ।

  • Tags: