Home > ଅନ୍ତରାଷ୍ଟ୍ରୀୟ
ଆମେରିକାରେ ବିମାନ ଦୁର୍ଘଟଣା, ଭାରତବଂଶୀ ଡାକ୍ତର ଦମ୍ପତ୍ତିଙ୍କ ସହ ଝିଅର ମୃତ୍ୟୁ
Khabar Odisha:Nation-Indian-origin-doctor-couple-daughter-killed-in-small-plane-crash-in-us

ୱାସିଂଟନ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଆମେରିକାରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାରତବଂଶୀ ଡାକ୍ତର ଦମ୍ପତ୍ତିଙ୍କ ସହ ୧୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମକୁ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣା ଗୁରୁବାର ସକାଳୁ ଉପନଗରୀ ଫିଲୋଡେଲିଫ୍ରିାରେ ହୋଇଛି । ଆମେରିକୀୟ ଗଣମାଧ୍ୟମ ଅନୁସାରେ ଡାକ୍ତର ଯଶବୀର ଖୁରାନା (୬୦), ତାଙ୍କର ପତ୍ନୀ ଦିବ୍ୟା ଖୁରାନା (୫୪) ଓ ୧୯ ବର୍ଷୀୟ କିରଣ ଖୁରାନା ବିମାନ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । 

ଡାକ୍ତର ଯଶବୀରଙ୍କ ପରିବାରରେ ଏକମାତ୍ର ଝିଅ । ସେ ତାଙ୍କର ସହିତ ବିମାନରେ ଯାତ୍ରୀ ଥିଲେ । ଯଶବୀର ଖୁରାନା ଜଣେ ପାଇଲଟ ଥିଲେ । ତାଙ୍କ ନାମରେ ପଂଜିକୃତ ୪୪ ବର୍ଷର ପୁରୁଣା ବିମାନ ଥିଲା । ଡାକ୍ତର ଓ ଗବେଷକ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଛାତ୍ର ଥିଲେ ଏବଂ ପ୍ରାୟ ୨୦ ବର୍ଷ ହେବ ଆମେରିକାରେ ରହି ଆସୁଥିଲେ । ଜାତୀୟ ପରିବହନ ସୁରକ୍ଷା ବୋର୍ଡ କହିଛି, ବିମାନ ସକାଳ ୬ଟାରେ ଉତ୍ତର-ପୂର୍ବ ଫିଲାଡେଲିଫୟା ବିମାନବନ୍ଦରରୁ କୋଲମ୍ବଓର ଓହିୟୋ ଷ୍ଟେଟ ୟୁନିଭରସିଟି ଅଭିମୁଖେ ଉଡିଥିଲା । ପାଖାପାଖି ୩ ମିନିଟ ଯାଏଁ ଉଡ଼ିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

 

 

  • Tags: