Home > ଅନ୍ତରାଷ୍ଟ୍ରୀୟ
ଆଜି ପ୍ୟାରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଫ୍ରାନ୍ସ ପ୍ରତିରକ୍ଷା କମ୍ପାନୀ ‘ସିଇଓ’ଙ୍କ ସହିତ ବୈଠକ
Khabar Odisha:Nation-Rajnath-Singh-to-meet-French-defence-sector-CEOs-today

ପ୍ୟାରିସ, ଅକ୍ଟୋବର ୦୯ (ଖବର ଓଡ଼ିଶା): ବିଜୟା ଦଶମୀ ଅବସରରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ରାଫଲ ମିଳିବା ପରେ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ପ୍ରତିରକ୍ଷା କଂପାନୀ ପାଇଁ କାମ କରୁଥିବା ମୁଖ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଭେଟିବେ । ଭାରତକୁ ମଙ୍ଗଳବାର ଏକ ରାଫେଲ ହସ୍ତଗତ ହୋଇଥିବା ବାକି ୩୫ଟି ରାଫେଲ ସମୟ କ୍ରମରେ ମିଳିଯିବ । 

ରିପୋର୍ଟ ଅନୁସାରେ ରାଜନାଥ ସିଂହ ଆଜି ଫ୍ରାନ୍ସ ପ୍ରତିରକ୍ଷା ଶିଳ୍ପର ନିର୍ବାହୀ ଅଧିକାରୀଙ୍କୁ ସମ୍ବୋଧନ କରିବେ । ସେ ମଧ୍ୟ ଆସନ୍ତା ବର୍ଷ ଫେବୃୟାରୀ ୫ରୁ ୮ ମଧ୍ୟରେ ଉତ୍ତରପ୍ରଦେଶର ଲଖନଉରେ ଆୟୋଜିତ ହେବାକୁ ଥିବା ‘ଡିଫେନ୍ସ ଏକ୍ସପୋ’ରେ ଅଂଶଗ୍ରହଣ କରିବାକୁ କହିବେ । 

ରାଜନାଥ ସିଂହ ମଙ୍ଗଳବାର ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଲଢୁଆ ବିମାନରେ ବୁଲି ଇତିହାସ ରଚିଛନ୍ତି । ସେ ଫ୍ରାନ୍ସର ଡସାଉଲ୍ଟ ଆଭିଏଶନ ମାର୍ଗିନାକ ଫ୍ୟାସିଲିଟିରେ ରାଫେଲ ବିମାନରେ ୩୫ ମିନିଟ ଯାଏଁ ଉଡ଼ିଥିଲେ । ଦୁଇଟି ସିଟ ଥିବା ବିମାନକୁ ଫିଲିପେ ଡଚାଟେଉ ଚଳାଉଥିବା ବେଳେ ତାଙ୍କ ପଛକୁ ରିୟର ସିଟରେ ରାଜନାଥ ବସିଥିଲେ । ରାଫେଲରେ ବସିବା ପରେ ୬୮ ବର୍ଷିଅ ବିଜେପିର ବରିଷ୍ଠ ନେତା କହିଛନ୍ତି, ଏହା ଏକ ଆରାମଦାୟକ ବିମାନ । ଏହି ବିରଳ ମୂହୁର୍ତ୍ତକୁ କେବେ ଭୁଲିହେବ ନାହିଁ । ସବୁଦିନ ପାଇଁ ମନେ ରହିବ । 

 

  • Tags: