Home > ଅନ୍ତରାଷ୍ଟ୍ରୀୟ
55ତମ ଜନ୍ମ ଦିନରେ ଅବସର ନେଲେ ଅଲିବାବ ଗ୍ରୁପର ଚେୟାରମ୍ୟାନ ଜ୍ୟାକ ମା
Khabar Odisha:National-business-Jack-Ma-Retires-From-Alibaba-Group-On-His-55th-Birthday-Daniel-Jhang-Becomes-New-Chairman
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଅଲିବାବା ଗ୍ରୁପର ଚେୟାରମ୍ୟାନ ଜ୍ୟାକ ମା ନିଜର 55ତମ ଜନ୍ମ ଦିନରେ କମ୍ପାନୀରୁ ବିଧିବଦ୍ଧବାବେ ଅବସର ନେଇଛନ୍ତି । ଚୀନର ହଙ୍ଗଜୌଓ ସହରରେ ଥିବା ଅଲମ୍ପିକ ସ୍ପୋର୍ଟସ ଷ୍ଟାଡିୟମରେ ପ୍ରାୟ 80 ହଜାର ଲୋକଙ୍କ ଉପସ୍ଥିତିରେ ସେ ଏହି ଘୋଷଣା କରିଛନ୍ତି । ଡାନିୟଲ ଝାଙ୍ଗଙ୍କ କାନ୍ଧରେ କମ୍ପାନୀର ଦାୟିତ୍ୱ ରହିଛି, ଝାଙ୍ଗକୁ ନୂତନ ଚେୟାରମ୍ୟାନେ ଭାବେ ନିଯୁକ୍ତ କରାଯାଇଛି । 

ଅଲିବାବା ଗ୍ରୁପ 460 ଆରବ ଡଲାର ଟଙ୍କାର କମ୍ପାନୀ । ଜ୍ୟାକ ପୂର୍ବରୁ ନିଜର ଅବସର ନେଇ କହିସାରିଛନ୍ତି ଯେ ସେ ବିଲ ଗେଟ୍ସଙ୍କ ଦ୍ୱାରା ପ୍ରଭାବିତ ଏବଂ ତାଙ୍କ ପରି ଅବସର ନେବାକୁ ଚାହୁଁଛନ୍ତି । ଅନ୍ୟପଟେ କମ୍ପାନୀର ନେତୃତ୍ୱ ବଦଳିବା ପରେ କମ୍ପାନୀର ସେୟର ଦାମ ଉପରେ ପ୍ରବାବ ପଡୁଥିବା ଦେଖିବାକୁ ମିଳୁଥାଏ, କିନ୍ତୁ ଅଲିବାବା କ୍ଷେତ୍ରରେ ଏହା ହୋଇ ନାହିଁ । ତାଙ୍କ ଦ୍ୱାରା କମ୍ପାନୀକୁ ମିଳିଥିବା ଶୀର୍ଷ ସ୍ଥାନ ଏବଂ ସୁନାମ  ଏହା ପଛର କାରଣ ବୋଲି କୁହାଯାଉଛି । ଜ୍ୟାକ ମାଙ୍କୁ ଚୀନର ଅର୍ଥବ୍ୟବସ୍ଥା, ଅନଲାଇନ ବ୍ୟବସାୟ ଏବଂ ଇଣ୍ଟରନେଟରେ ଯୋଗଦାନ ପାଇଁ ବେଶ ପରିଚିତ । ଅବସର ପରେ ସେ କେବଳ ଶିକ୍ଷାଗତ କାମ କରିବେ, ଏହାସହ ଶିକ୍ଷା ସଂସ୍ଥା ଗୁଡିକୁ ସେ ନିଜ ସମ୍ପତ୍ତିରୁ 41 ଆରବ ଡଲାର ଟଙ୍କା ଦାନ କରିବେ । 

1999 ମସିହାରେ ଜ୍ୟାକ ଅଲିବାବର ପ୍ରତିଷ୍ଠା କରିଥିଲେ । କମ୍ପାନୀକୁ 18 ଜଣ ଲୋକଙ୍କ ସହ ହଙ୍ଗଜୋଓ ସହରର ଏକ ଆପାର୍ଟମେଣ୍ଟରେ 60 ହଜାର ଡଲାର ପୁଞ୍ଜିରୁ ଆରମ୍ଭ କରିଥିଲେ । କମ୍ପାନୀ ରିଟେଲ କମ୍ପାନୀ ଗୁଡିକୁ ସାମାନ ବିକିବାଠାରୁ ଆରମ୍ଭ କରି ଆର୍ଥିକ ସେବା ଏବଂ ଇ-କମର୍ସ କ୍ଷେତ୍ରରେ ନୂଆ କିର୍ତ୍ତିମାନ ହାସଲ କରିଥିଲେ । 20 ବର୍ଷ ମଧ୍ୟରେ କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା 66 ହଜାରରେ ପହଞ୍ଚିଛି । ପ୍ରତି ମାସରେ ପ୍ରାୟ 7.5 କୋଟି ଲୋକ ଅଲିବାବାରୁ ଜିନିଷ କିଣିଥାନ୍ତି । 

ଚୀନ ଛଡା ଅଲିବାବ ଭାରତ ସହିତ ସାରା ବିଶ୍ୱର ଅନେକ ସ୍ଥାନରେ କାର୍ଯ୍ୟଳୟ ରହିଛି । ଭାରତରେ ଏହି କମ୍ପାନୀକୁ ଅଧିକାଂଶ ଲୋକେ ୟୁସି ବ୍ରାଉଜର ଏବଂ ୟୁସି ନ୍ୟୁଜ ଭାବେ ଜାଣିଛନ୍ତି । ଏହଛଡା ଭାରତରେ ଏହାର ଇକମର୍ସ ୱେବସାଇଟ ଅଲିବାବ.କମ ମଧ୍ୟ ରହିଛି । କମ୍ପାନୀ ପେଟିଏମ, ଅନଲାଇନ ଗ୍ରୋସେରୀ କମ୍ପାନୀ ବିଗବାସ୍କେଟ ଏବଂ ଜମାଟୋ ଆଜିରେ ନିବେଶ କରିଛି ।