Home > ଅନ୍ତରାଷ୍ଟ୍ରୀୟ
IMFର ଚେତାବନୀ, ମାନ୍ଦାବସ୍ଥା ଦେଇ ଗତି କରୁଛି ବିଶ୍ୱ ଅର୍ଥନୀତି, ଭାରତ ଉପରେ ପଡିବ ସବୁଠୁ ଅଧିକ ପ୍ରଭାବ
Khabar Odisha:National-business-Slower-Growth-In-Nearly-90-Per-Cent-Of-The-World-In-2019-Says-IMF-Chief
ନୂଆଦିଲ୍ଲୀ,ଅକ୍ଟୋବର ୦୯(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ରିଷ୍ଟଲିନା ଜର୍ଜିୱା କହିଛନ୍ତି ଦେଶ-ଦେଶ ମଧ୍ୟର ବ୍ୟବସାୟୀକ ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରୁଛି । ଜର୍ଜିୱା ପୂର୍ବାନୁମାନ କରି କହିଛନ୍ତି 2019ରେ ଦୁନିଆର 90 ପ୍ରତିଶତ ଅର୍ଥବ୍ୟବସ୍ଥା ମନ୍ଦାବସ୍ଥା ଦେଇ ଗତି କରିବାର ଆଂଶଙ୍କା ରହିଛି । ଭାରତରେ ଏହାର ପ୍ରଭାବ ସବୁଠାରୁ ଅଧିକ ପରିଲକ୍ଷିତ ହେବ । ଏହାସହ ସେ ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥିକ ଉନ୍ନତିର ହାରରେ ଆହୁରି ହ୍ରାସ ହେବା ନେଇ ଚେତାବନୀ ଦେଇଛନ୍ତି ।  

ଜର୍ଜିୱା ବିଶ୍ୱ ଅର୍ଥବ୍ୟବସ୍ଥାର ବୃଦ୍ଧି ହାର 10 ବର୍ଷର ସବୁଠାରୁ କମ ସ୍ତରରେ ପହଞ୍ଚିବାର ଆଂଶକା ପ୍ରକଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଏହା ଜର୍ଜିଆଙ୍କ ପ୍ରଥମ ସମ୍ୱୋନ୍ଧନ ଥିଲା । ଆସନ୍ତା ସପ୍ତାହରୁ ଆଇଏମଏଫ ଏବଂ ବିଶ୍ୱ ବ୍ୟାଙ୍କ ବାର୍ଷିକ ବୈଠକ ଆରମ୍ଭ ହେବ । 

ଏହି ବୈଠକ ପରେ ଅକ୍ଟୋବର 15 ତାରିଖରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଚଳିତ ଏବଂ ଆସନ୍ତା ବର୍ଷ ପାଇଁ ନିଜର ଅଭିବୃଦ୍ଧି ହାରର ପୂର୍ବାନୁମାନର ଆନୁଷ୍ଠାନିକ ସଂଶୋଧିତ ପରିସଂଖ୍ୟାନ ପ୍ରକାଶ କରିବ । ଏହା ପୂର୍ବରୁ ଆଇଏମଏଫ 2019ରେ ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର 3.2 ରହିବାର ପୂର୍ବାନୁମାନ କରିଥିଲା । ବର୍ଷ 2020 ପାଇଁ 3.5 ପ୍ରତିଶତ ଅନୁମାନ କରାଯାଇଥିଲା । ଜର୍ଜିୱା କହିଛନ୍ତି ଆଇଏମଏଫ ଚଳିତ ଏବଂ ଆସନ୍ତା ବର୍ଷ ପାଇଁ ନିଜର ଅଭିବୃଦ୍ଧି ହାରକୁ ହ୍ରାସ କରୁଛି ।