Home > ଅନ୍ତରାଷ୍ଟ୍ରୀୟ
ଚାପରେ ପାକିସ୍ତାନ, ଏବେ ସୈନ୍ୟ ଅଦାଲତରେ ହେବନି କୁଳଭୂଷଣ ମାମଲାର ଶୁଣାଣି
Khabar Odisha:National-news-Army-Act-Being-Amended-In-Pakistan-To-Aide-Kulbhushan-Jadhavs-Right-To-Appeal
ନୂଆଦିଲ୍ଲୀ,ନଭେମ୍ବର ୧୩(ଖବର ଓଡିଶା):

ଭାରତୀୟ ନାଗରିକ କୁଳଭୂଷଣ ଯାଧବ ମାମଲାରେ ଏକ ବଡ ନିଷ୍ପତି ନେଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ନିଜର ଆର୍ମୀ ଆକ୍ଟରେ ସଂସୋଧନ କରିବାକୁ ଯାଉଛି । ଯଦି ଏପରି ହୁଏ ତେବେ ଯାଧବଙ୍କୁ ନିଜର ଗିରଫଦାରୀ ବିରୋଧରେ ସିଭିଲ କୋର୍ଟରେ ଅପିଲ କରିବାର ଅଧିକାର ମିଳିବ । 

କ’ଣ ରହିଛି ମାମଲା

ପାକିସ୍ତାନ 2016 ମସିହା ମାର୍ଚ୍ଚ ମାସରେ ଜାସୁସର ଅଭିଯୋଗରେ ନୌସେନାର ପ୍ରାକ୍ତନ ଅଧିକାରୀ କୁଳଭୂଷଣ ଯାଧବଙ୍କୁ ଗିରଫ କରିଥିଲା । ଗିରଫ କରିବା ପରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା । ଏହାପରେ ପାକିସ୍ତାନର ଏକ ସୈନ୍ୟ କୋର୍ଟ ଏପ୍ରିଲ 2017ରେ ଯାଧବଙ୍କୁ ଜାସୁସ ଏବଂ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା । 

ଭାରତ ଏହାକୁ ବିରୋଧ କରି ମାମଲାକୁ ହେଗ ସ୍ଥିତ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ (ଆଇସିଜେ)ରେ ଉଠାଇଥିଲା । ଯେଉଁଠାରେ ଶୁଣାଣି ପରେ ଭାରତର ବିଜୟ ହୋଇଥିଲା ଏବଂ ଯାଧବଙ୍କ ଫାଶି ଦଣ୍ଡ ଉପରେ ରୋକ ଲଗାଇ ତାଙ୍କୁ କନସୁଲାର ଆକ୍‌ସେସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।