Home > ଅନ୍ତରାଷ୍ଟ୍ରୀୟ
“ଫେସବୁକ ପେ” ଲଞ୍ଚ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ମେସେଞ୍ଜରରେ ହେବ ପେମେଣ୍ଟ
Khabar Odisha:National-news-Facebook-Pay-Launch
ନୂଆଦିଲ୍ଲୀ,ନଭେମ୍ବର ୧୩(ଖବର ଓଡିଶା):

ଫେସବୁକ ନିଜର କମ୍ପାନୀ- ଫେସବୁକ, ହ୍ୱାଟ୍ସଆପ, ମେସେଞ୍ଜର ଏବଂ ଇନଷ୍ଟାଗ୍ରାମରେ ଟଙ୍କା ନେଣ-ଦେଣ ପାଇଁ  ନୂଆ ପେମେଣ୍ଟ ସିଷ୍ଟମ “ଫେସବୁକ ପେ”  ଲଞ୍ଚ କରିଛି । ଏହା ଆମେରିକାରେ ଚଳିତ ସପ୍ତାହରେ ଫଣ୍ଡରେଜିଙ୍ଗ, ଇନ-ଗେମ୍ସ କିଣାକିଣି, କାର୍ଯ୍ୟକ୍ରମର ଟିକେଟ, ମେସେଞ୍ଜରରେ ଲୋକଙ୍କ ଠାରୁ ଲୋକଙ୍କୁ ପେମେଣ୍ଟ ( ପର୍ସନ ଟୁ ପର୍ସନ ପେମେଣ୍ଟ) ଏବଂ ଫେସବୁକ ମାର୍କେଟ ପ୍ଲେସରେ ପେଜ ଏବଂ ବ୍ୟବସାୟରେ କିଣାବିକା କରିବା ପାଇଁ ଆରମ୍ଭ କରିଛନ୍ତି । 

ଫେସବୁକରେ ମାର୍କେଟ ପ୍ଲେସ ଏବଂ କମର୍ସ ଶାଖାର ଉପ-ନିର୍ଦ୍ଦେଶକ ଦେବୋରାହ ଲିୟୁ ବୟାନ ଜାରି କହିଥିଲେ, ସମୟ ଅନୁସାରେ ଆମର ଯୋଜନା ଫେସବୁକ ପେ କୁ ଲୋକଙ୍କ ମଧ୍ୟରେ ଏବଂ ସ୍ଥାନରେ ଯଥା ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପରେ ମଧ୍ୟ ଆରମ୍ଭ କରିବାର ରହିଛି । 

କମ୍ପାନୀର କହିବା ଅନୁସାରେ, ଫେସବୁକ ପେ ବର୍ତ୍ତମାନର ଆର୍ଥିକ ଶୈଳୀ ଏବଂ ସହଭାଗିତା ଉପରେ ହୋଇଛି ଏବଂ କମ୍ପାନୀର ଡିଜିଟାଲ କରେନ୍ସି ଲିବ୍ରା ନେଟୱର୍କ ଉପରେ ଚାଲୁଥିବା କେଲିବ୍ରା ବାଲେଟଠାରୁ ଅଲଗା ରହିଛି । 

କମ୍ପାନୀ ଅନୁସାରେ, ଫେସବୁକ ଅବା ମେସଞ୍ଜରର କିଛି ପର୍ଯ୍ୟାୟ ପରେ ଫେସବୁକ ପେର ବ୍ୟବହାର କରିପାରବେ । ଏଥିପାଇଁ ଆପଣ ଫେସବୁକ ପେ ଅବା ୱେବସାଇଟରେ ପ୍ରଥମେ ସେଟିଙ୍ଗ ଯାଆନ୍ତୁ ଏବଂ ପୁଣି “ଫେସବୁକ ପେ”କୁ ଯାଇ ପେମେଣ୍ଟ ମେଥର୍ଡ ଯୋଡ଼ନ୍ତୁ । ଏହାପରେ ଆପଣ ପରବର୍ତ୍ତୀ ପେମେଣ୍ଟ କରିବା ସମୟରେ ଫେସବୁକ ପେ ର ବ୍ୟବହାର କରିପାରିବେ । ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମରେ ଫେସବୁକ ପେ ଆରମ୍ଭ ହେବା ପରେ ଆପଣ ଏହାକୁ ପ୍ରତ୍ୟେକ ଆପରେ ସିଧା ସେଟ କରିପାରିବେ ।