Home > ଅନ୍ତରାଷ୍ଟ୍ରୀୟ
ପ୍ରକୃତିର ବିରଳ ରଚନା, ଋଷରେ ହୀରା ଭିତରେ ମିଳିଲା ହୀରା
Khabar Odisha:National-news-First-Ever-Diamond-Found-Trapped-Inside-Another-Diamond-By-Alrosa-Like-Russia-Matryoshka-Doll
ନୂଆଦିଲ୍ଲୀ,ଅକ୍ଟୋବର ୦୫ (ଖବର ଓଡ଼ିଶା)

ସାଇବେରିଆର ଏକ ଖଣିରେ ହୀର ଭିତରେ ଆଉ ଏକ ହୀରା ମିଳିଛି । ଇତିହାସରେ ଏହପରି ଘଟଣା ପ୍ରଥମ । ଋଷର ଖନନ କମ୍ପାନୀ ଅଲରୋସା ପିଜେଏସସି ଶନିବାର ଦିନ ଏହି ସୂଚନା ଦେଇଛି । ଅଲରୋସା ପକ୍ଷରୁ ବୟାନ ଜାରି କରି କହିଛି ଯେ ହୀର 80 କୋଟି ବର୍ଷରୁ ମଧ୍ୟ ଅଧିକ ପୁରୁଣା ହୋଇପାରେ । ଏହାକୁ ଋଷର ପାରମ୍ପରିକ କଣ୍ଡେଇ ମେଣ୍ଟ୍ରିଅଶକା ପରି କୁହାଯାଉଛି । ଏହି କଣ୍ଡେଇରେ ବଡ କଣ୍ଡେଇ ଭିତରେ ଛୋଟ କଣ୍ଡେଇ ରହିଛି । 

ମେଣ୍ଟ୍ରିଅଶକା ହୀରାର ଓଜନ 0.62 କ୍ୟାରେଟ, ଯେତେବେଳେ କି ଏହା ଭିତରେ ଥିବା ପଥରର ଓଜନ 0.02 କ୍ୟାରେଟ । ଅଲରୋସାର ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଜିୟୋଲଜିକାଲ ଏଣ୍ଟରପ୍ରାଇଜର ଉପ ନିର୍ଦ୍ଦେଶକ ଓଲେଗ କୋବଲଚୁକ କହିଛନ୍ତି, ଆମର ଜ୍ଞାତ ଅନୁସାରେ ବିଶ୍ୱର କୌଣସି ଖଣିର ଇତିହାସରେ ବର୍ତ୍ତମାନ ସୁଦ୍ଧା ଏପରି ହୀରା ମିଳିନାହିଁ , ଏହା ବାସ୍ତବରେ ପ୍ରକୃତିର ଏକ ସୁନ୍ଦର ରଚନା । ହୀରା ସାଇବେରିଆର କ୍ଷେତ୍ରର ୟୁକିଶିଆର ନ୍ୟୁରବା ଖଣିବାରୁ ବାହାରିଛି ।