Home > ଅନ୍ତରାଷ୍ଟ୍ରୀୟ
ଭାରତ ଧମକାଇଲା, ଏଥିପାଇଁ ଶ୍ରୀଲଙ୍କା ଖେଳାଳି ଗସ୍ତ ରଦ୍ଦ କଲେ : ପାକିସ୍ତାନ ମନ୍ତ୍ରୀ ଫୱାଦ ହୁସେନ
Khabar Odisha:National-news-Getting-Threat-From-India-Srilankan-Players-Refused-Pak-Visit-Says-Pak-Minister-Fawad-Hussain
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଶ୍ରୀଲଙ୍କା କ୍ରିକେଟ ଖେଳାଳି ସୁରକ୍ଷା ଦୃଷ୍ଟିରୁ ଗସ୍ତ ରଦ୍ଦ କରିବା ପରେ ବିଚଳିତ ହୋଇଥିବା ପାକିସ୍ତାନ ଏଥିପାଇଁ  ଭାରତକୁ ଦାୟୀ କରିଛି । ନିଜର ଭାରତ ବିରୋଧ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ମନ୍ତ୍ରୀ ଫୱାଦ ହୁସେନ ଭାରତ ଉପରେ ଶ୍ରୀଲଙ୍ଗା ଖେଳାଳିଙ୍କୁ ଧମକାଉଥିବା ଅଭିଯୋଗ ଲଗାଇଛନ୍ତି । ହୁସେନ କହିଛନ୍ତି ଭାରତ ଶ୍ରୀଲଙ୍କା ଖେଳାଳିଙ୍କୁ ଆଇପିଏଲର କଣ୍ଟ୍ରାକ୍ଟ କ୍ୟାନସେଲ କରିବାର ଧମକ ଦେଇଛି, ଯାହା ପରେ ସେମାନେ ପାକିସ୍ତାନ ଆସିବାକୁ ମାନା କରିଛନ୍ତି । 

ଫୱାଦ ହୁସେନ ଟ୍ୱିଟ କରି କହିଛନ୍ତି, “କିଛି ବିଶେଷଜ୍ଞ ଏବଂ ସ୍ପୋଟର୍ସ କମେନଣ୍ଟେଟର ମୋତେ ସୂଚନା ଦେଇଛନ୍ତି ଯେ ଭାରତ ଶ୍ରୀଲଙ୍କାର ଖେଳାଳିଙ୍କୁ ପାକିସ୍ତାନର ଗସ୍ତରେ ଯିବାକୁ ମାନ ନକରିବା ଫଳରେ ଆଇପିଏଲରୁ ବାହାର କରିବାକୁ ଧମକ ଦେଇଥିଲା । ଏହା ବହୁତ ଖରାପ ବ୍ୟବହାର”  ।  ଫୱାଦ ହୁସେନ ଭାରତରେ ରାଷ୍ଟ୍ରବାଦୀ ଭାବନ ଚରମରେ ପହଞ୍ଚଥିବା ଅଭିଯୋଗ କରିଛନ୍ତି । 

ଶ୍ରାଲଙ୍କା କ୍ରିକେଟ ଟିମର 10 ଜଣ ଖେଳାଳି ପାକିସ୍ତାନ ଗସ୍ତରୁ ନିଜ ନାଁକୁ ଫେରାଇ ନେଇଛନ୍ତି । ସେପ୍ଟେମ୍ୱର-ଅକ୍ଟୋବର ମାସରେ ସିମିତ ଓଭର ସିରିଜ ପାଇଁ ଶ୍ରାଲଙ୍କା ପାକିସ୍ତାନ ଗସ୍ତ କରିଥାନ୍ତା । ଯେଉଁ ଖେଳାଳିମାନେ ପାକିସ୍ତାନ ଗସ୍ତରୁ ନିଜ ନାଁକୁ ଫେରାଇ ନେଇଛନ୍ତି ସେଥିରେ ଦିନିକିଆ ଦଳ ଅଧିନାୟକ ଦିମୁଥ କରୁଣାରତ୍ନେ,ଟି-20ର ଅଧିନାୟକ ଲସିଥ ମଲିଙ୍ଗା, ପୂର୍ବତନ ଅଧିନାୟକ ଏଞ୍ଜେଲୋ ମେଥ୍ୟୁସ ସାମିଲ ରହିଛନ୍ତି । 

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଶ୍ରୀଲଙ୍କାର କ୍ରିକେଟ ଟିମ ଉପରେ 2009 ମସିହାରେ ଆକ୍ରମଣ ହୋଇଥିଲା । ଏହାପରେ ଅଧିକାଂଶ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମ ପାକିସ୍ତାନ ଗସ୍ତରୁ ଦୂରେଇ ରହୁଥିଲେ । 2015ରେ ଜିମ୍ୱାୱେ ଏବଂ 2018 ମସିହାରେ ୱେଷ୍ଟ ଇଣ୍ଡିଜ ଟିମ ସେଠାରେ ସିମିତ ଓଭର ମ୍ୟାଚ ଖେଳିଥିଲେ । ଏହି ଘଟଣା ପରେ ଚଳିତଥର ଶ୍ରୀଲଙ୍କା ନିଜ ଖେଳାଳିଙ୍କୁ ପାକିସ୍ତାନ ପଠାଇବା ପାଇଁ ରାଜି ହୋଇଥିଲା କିନ୍ତୁ ଖେଳାଳିମାନେ ସେଠାକୁ ଯିବାକୁ ମନା କରି ଦେଇଛନ୍ତି ।