Home > ଅନ୍ତରାଷ୍ଟ୍ରୀୟ
ଗୁଗଲ ସର୍ଚ୍ଚରେ, ପାକିସ୍ତାନର ଲାହୋର “ଖାଲିସ୍ତାନର ରାଜଧାନୀ”
Khabar Odisha:National-news-Google-Search-Shows-Pak-City-Lahore-As-Capital-Of-Khalistan
ନୂଆଦିଲ୍ଲୀ,ନଭେମ୍ବର ୨୭(ଖବର ଓଡିଶା):

ପାକିସ୍ତାନ ଏହି ଅଭିଯୋଗର ଜୋରଦାର ଖଣ୍ଡନ କରିଆସୁଛି ଯେ ବିଚ୍ଛିନ୍ନତାବାଦୀ ଖାଲିସ୍ତାନ ଆନ୍ଦୋଳନକୁ କୌଣସି ପ୍ରକାର ସମର୍ଥନ କରୁଛି । କିନ୍ତୁ ଗୁଗଲରେ ଖାଲିସ୍ତାନର ରାଜଧାନୀ ସର୍ଚ୍ଚ ପରେ ଯେଉଁ ରେଜଲ୍ଟ ସାମ୍ନାକୁ ଆସୁଛି ତାହା ପାକିସ୍ତାନ ପାଇଁ ଆଶ୍ଚର୍ଯ୍ୟ ଜନକ ଅଟେ । ଏହି ରେଜଲ୍ଟରେ ପାକିସ୍ତାନର ସହର ଲାହୋରକୁ ଖାଲିସ୍ତାନର ରାଜଧାନୀ କୁହାଯାଇଛି । 

ଅନଲାଇନ ଏନସାଇକ୍ଲୋପିଡିଆ( ଜ୍ଞାନକୋଷ) ୱିକିପିଡିଆ ଅନୁସାରେ, "ପୂର୍ବ ପାକିସ୍ତାନ ଏବଂ ପଶ୍ଚିମ ଭାରତର ଅଧୁନିକ କ୍ଷେତ୍ରରେ ନଗଗଠିତ ଦେଶକୁ ଖାଲିସ୍ତାନ କୁହାଯାଇଛି । ଏହାର ଘୋଷିତ ରାଜଧାନୀ ଲାହୋର ହେବ, ଏପରି ଏକ ସହର ଯେଉଁଠାରେ ମହାରାଜା ରଣଜୀତ ସିଂହ ଶିଖ ସାମ୍ରାଜ୍ୟଙ୍କ ସ୍ଥାପନା କରିଥିଲେ ଏବଂ ତାଙ୍କର ବଂଶଜମାନେ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିଲେ" । 

ୱିକିପିଡିଆରେ ବାରମ୍ୱାର ଏହା ଉପରେ ଜୋର ଦିଆଯାଇଛି ଯେ ଖାଲିସ୍ତାନରେ ଭାରତ ଏବଂ ପାକିସ୍ତାନ ଉଭୟ ଅଧିନରେ ଥିବା ପଞ୍ଜାବ ସାମିଲ ହେବ । ଏହାସହ ବଲୁଚିସ୍ତାନ, ସିନ୍ଧ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ-କଶ୍ମୀର କିଛି ଅଂଶ ଏହି ତଥାକଥିତ ଦେଶରେ ରହିବେ । 

ଆମେରିକା ସ୍ଥିତ ବିଚ୍ଛିନ୍ନତାବାଦୀ ନେତା ଗୁରପତବନ୍ତ ସିଂହ ପନୁନ, ସିଖ୍‌ସ ଫର ଜଷ୍ଟିସର ନାମକ ସଂଗଠନର ପରାମର୍ଶଦାତା ଅଛନ୍ତି । ସେ ଖାଲିସ୍ତାନ ଆନ୍ଦୋଳନର ମୁଖ୍ୟ ପ୍ରବକ୍ତା ମଧ୍ୟ ରହିଛନ୍ତି । ସେ ନିଜେ ମଧ୍ୟ ଗୁଗଲ ସର୍ଚ୍ଚର ଏହି ରେଜଲ୍ଟରେ ଚକିତ ଅଛନ୍ତି । 

ଭଗତ ସିଂହ ୟୁଥ ଫ୍ରଣ୍ଟର ଚେୟରାମ୍ୟାନେ ଗୁରମୀତ ସିଂହ ବବୁ ଏହି ମାମଲାରେ କହିଛନ୍ତି, ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରତ୍ସୋହନା ଦେଉଛି ଏହା କାହାକୁ ଅଛପା ନାହିଁ । ମୋ ଅନୁସାରେ ଗୁଗର ସର୍ଚ୍ଚର ରେଜଲ୍ଟରେ କିଛି ମଧ୍ୟ ଭୁଲ ନାହିଁ । ଯଦି ପାକିସ୍ତାନ ସରକାର ନିଜ ଦେଶରେ ଖାଲିସ୍ତାନ କରିବାକୁ ଚାହୁଁଛି ଏବଂ ଲାହୋରକୁ ଏହାର ରାଜଧାନୀ ତେବେ ଏପରି କରୁ । ଭାରତରେ ଖାଲିସ୍ତାନ ସୃଷ୍ଟି ହେଉ ନାହିଁ ।