Home > ଅନ୍ତରାଷ୍ଟ୍ରୀୟ
୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଏଚଏସବିସି ବ୍ୟାଙ୍କ-ରିପୋର୍ଟ
Khabar Odisha:National-news-Hsbc-Plans-To-Reduce-10000-More-Jobs
ନୂଆଦିଲ୍ଲୀ,ଅକ୍ଟୋବର ୦୭(ଖବର ଓଡିଶା):

ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ସାରା ଦୁନିଆରେ ଦେଖିବାକୁ ମିଳୁଛି । କମ୍ପ୍ୟୁଟର ହାର୍ଡୱେର ନିର୍ମାଣ କରୁଥିବା କମ୍ପାନୀ ଏଚପି ଦ୍ୱାରା 10,000 କର୍ମଚାରୀଙ୍କୁ ଛଟେଇ କରିବାର ଘୋଷଣା କରିବା ପରେ ଏବେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ଏଚଏସବିସି ମଧ୍ୟ 10 ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ବ୍ୟାଙ୍କର କହିବା ଅନୁସାରେ ଖର୍ଚ୍ଚକାଟ କରିବା ପାଇଁ ଏପରି କରିବାକୁ ପଡୁଛି । 

ଦୈନିକ ଖବର କାଗଜ ଫାଇନାନ୍ସସିଆଲ ଟାଇମ୍ସ ସୋମବାର ଦିନ ନିଜର ରିପୋର୍ଟରେ ଏହି ଖୁଲାସ କରିଛି । ଏହା ପୂର୍ବରୁ, କମ୍ପାନୀର ସିଇଓ ନିଜର ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ବିଶ୍ୱ ପରିଦୃଶ୍ୟର ଉଦାହରଣ ଦେଇ 4000 କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛନ୍ତି । ରିପୋର୍ଟ ଅନୁସାରେ ବର୍ତ୍ତମାନର ଛଟେଇରେ ଅଧିକାଂଶ ଉଚ୍ଚ-ବେତନରେ ଥିବା କର୍ମଚାରୀଙ୍କ ହେବ । ଏହା କମ୍ପାନୀର ନୂଆ ମୁଖ୍ୟ ନୋୟଲ କ୍ୱିନଙ୍କ ଖର୍ଚ୍ଚ କମ କରିବା ଅଭିଯାନର ଅଂଶ । 

ଚଳିତ ସମୟରେ ବ୍ୟାଙ୍କ ଏହା ମଧ୍ୟ ଖୁଲାସ କରିଛି ଯେ ବିଶ୍ୱ ସ୍ତରରେ ନିଜ କମ୍ପାନୀର ସଂଖ୍ୟାରେ 2 ପ୍ରତିଶତ ହ୍ରାସ କରିବ ଅର୍ଥାତ 4000 ନିଯୁକ୍ତି କମ କରିବା ।