Home > ଅନ୍ତରାଷ୍ଟ୍ରୀୟ
ନୋବେଲ ପୁରସ୍କାର: ମେଡିସିନ ପାଇଁ ମିଳିତ ଭାବେ ତିନି ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ
Khabar Odisha:National-news-Nobel-Prize-Winner-Announcement-In-Sweden-By-Swedish-Academy
ନୂଆଦିଲ୍ଲୀ,ଅକ୍ଟୋବର ୦୭(ଖବର ଓଡିଶା):

ଅକ୍ଟୋବର 7 ତାରିଖ ସୋମବାରଠାରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ଚିକିତ୍ସା କ୍ଷେତ୍ରରେ ଚଳିତ ବର୍ଷ ତିନି ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି । ମେଡିସିନ୍‌ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ଚୟନ ହୋଇଥିବା ବୈଜ୍ଞାନିକମାନେ ହେଲେ, ୱିଲିୟମ ଜି. କାଏଲିନ୍‌ ଜୁନିଅର, ସାର୍‌ ପିଟର ଜେ ରାଟକ୍ଲିଫ୍‌ ପାଇବେ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ଅମ୍ଳଜାନ ପରିମାଣ ସହ ଜୀବକୋଷର ଉପଯୋଜନ ପଦ୍ଧତି ଆବିଷ୍କାର କରିଥିଲେ । ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ ଯେ କିପରି ଜୀବକୋଷ ଅକ୍ସିଜେନକୁ ଜଲାଇଥାନ୍ତି ଫଳରେ ଶରୀରକୁ ଉର୍ଜା ମିଳି ପାରିବ ଏବଂ ନୂଆ ଜୀବକୋଷ ତିଆରି କରିବାରେ ସାହଯ୍ୟ କରିବ । 

ଏବେ ମଙ୍ଗଳବାର ଦିନ ଭୌକିତ ବିଜ୍ଞାନ କ୍ଷେତ୍ରରେ ବିଜେତାଙ୍କ ନାଁ ଘୋଷମା କରାଯିବ । ଏହାପରେ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଅନ୍ୟ ପାଞ୍ଚଟି କ୍ଷେତ୍ରର ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯିବ । ସ୍ୱୀଡିସ ଏକାଡେମୀ 2018 ଏବଂ 2019 ଦୁଇ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରଷ୍କାରର ଘୋଷଣା କରିଥିଲେ । ଗତ ବର୍ଷ ଯୌନ ନିର୍ଯାତନା ମାମଲା କାରାଣରୁ 2018ର ସାହିତ୍ୟ ନୋବେଲର ଘୋଷଣାକୁ ଏକଡେମୀ ସ୍ଥଗିତ କରିଥିଲା । 

ସୋମବାର ଅକ୍ଟୋବର 7- ମେଡିସିନ

ମଙ୍ଗଳବାର ଅକ୍ଟୋବର 8- ଭୌତିକ ବିଜ୍ଞାନ

ବୁଧବାର ଅକ୍ଟୋବର 9-ରସାୟନ ବିଜ୍ଞାନ

ଗୁରୁବାର ଅକ୍ଟୋବର 10- ସାହିତ୍ୟ

ଶୁକ୍ରବାର ଅକ୍ଟୋବର 11- ଶାନ୍ତି

ସୋମବାର ଅକ୍ଟୋବର 14- ଅର୍ଥଶାସ୍ତ୍ର

ନୋବେଲ ପୁରସ୍କାରର ପ୍ରତିଟି ବିଜେତାଙ୍କୁ ପ୍ରାୟ ସାଢେ ଚାରି କୋଟି ଟଙ୍କାସର ଆର୍ଥିକ ରାଶି ପ୍ରଦାନ କରାଯାଇଥାଏ । ଏହାସହ 23 କ୍ୟାରେଟର ସୁନାରେ ତିଆରି ହୋଇଥିବା 200 ଗ୍ରାମର ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥାଏ । ପଦକର ଗୋଟିଏ ପାର୍ଶ୍ୱରେ ନୋବେଲ ପୁରସ୍କାରର ଜନକ ଆଫ୍ଲେଡ ନୋବେଲଙ୍କ ଫଟୋ, ତାଙ୍କର ଜନ୍ମ ଏବଂ ମୃତ୍ୟୁ ତାରିଖ ଲେଖା ହୋଇଛି । ଅନ୍ୟପଟେ ୟୁନାନୀ ଦେବୀ ଆଇସିସଙ୍କ ଚିତ୍ର ସ୍ଥାନ ପାଇଛି । 

ଉଲ୍ଲେଖଯୋଗ୍ୟ ଯେ 1901ରୁ 2018 ମସିହା ମଧ୍ୟରେ ଚିକିତ୍ସା କ୍ଷେତ୍ରରେ 109 ଜଣଙ୍କୁ ନୋବେଲ ପ୍ରଦାନ କରାଯାଇଛି । ସମୁଦାୟ 216 ଜଣ ବିଜେତାଙ୍କ ମଧ୍ୟରେ 12 ମହିଳା ସାମିଲ ଅଛନ୍ତି, ଯେଉଁଥିରୁ ଦୁଇ ଜଣ ମହିଳାଙ୍କୁ 2009 ମସିହାରେ ଏକା ସଙ୍ଗରେ ପୁରସ୍କୃତ କରାଯାଇଥିଲା । ଇଂସୁଲିନର ଆବିଷ୍କାର କରିଥିବା ଫ୍ରେଡରିକ ଜୀ.ବେଟିଙ୍ଗ 1923 ମସିହାରେ ମାତ୍ର 32 ବର୍ଷ ବୟସରେ ଏହି ପୁରସ୍କାର ହାସଲ କରିଥିଲେ । ମେଡିସିନ କ୍ଷେତ୍ରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବ ନୋବେଲ ପୁରସ୍କାର ବିଜେତା । ସେହିପରି ପେଟୋନ ରାଓସଙ୍କୁ 87 ବର୍ଷରେ ନୋବେଲ ପୁରସ୍କାର ମିଳିଥିଲେ । 1966 ମସିହାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।