Home > ଅନ୍ତରାଷ୍ଟ୍ରୀୟ
ଚନ୍ଦ୍ରଯାନ ଉପରେ ପାକ ବୈଜ୍ଞାନିକଙ୍କ ବୟାନ, “ଆମେ ଭାରତଠୁ ବହୁ ବର୍ଷ ପଛରେ ଅଛୁ”
Khabar Odisha:National-news-Pakistani-Expert-Slams-Insane-Critics-Of-Chandrayaan-2-Calls-It-Wake-Up-Call-For-Islamabad
ନୂଆଦିଲ୍ଲୀ,ସେପ୍ଟେମ୍ବର ୮ (ଖବର ଓଡ଼ିଶା):

ଭାରତର ଚନ୍ଦ୍ରଯାନ-2 ମିଶନକୁ ନେଇ ପାକିସ୍ତାନର ସାଇନ୍ସ ମିନିଷ୍ଟର ଫବାଦ ଚୌଧୁରୀ ଏବଂ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ପିଲାଲିଆମୀ ଭାବେ କଟାକ୍ଷ କରିଥିଲେ । ଦୁହିଁକୁ ଟୁଇଟର ୟୁଜର୍ସମାନେ କଡା ସମାଲୋଚନା କରିଥିଲେ । ଦୁହିଁକୁ ପାକିସ୍ତାନର ୟୁଜର୍ସମାନେ ମଧ୍ୟ ତାଙ୍କୁ ଖୁବ ସମାଲୋଚନା କରିଥିଲେ । ଏପରି କି ପାକିସ୍ତାନର ବୈଜ୍ଞାନିକ ଏବଂ ପୂର୍ବତନ ବୈଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ମନ୍ତ୍ରୀ ଡାକ୍ତର ଅତା-ଉର-ରହମାନ ମଧ୍ୟ ଫବାଦ ଚୌଧୁରୀ ପରି ଲୋକଙ୍କୁ ଆଇନା ଦେଖାଇ କହିଥିଲେ ଯେ ଇସଲାମବାଦକୁ ଇସ୍ରୋଠାରୁ ଶିକ୍ଷାଲାଭ କରିବା ଦରକାର ।

ଡାକ୍ତର ଅତା-ଉର-ରହମାନ ଶନିବାର ଦିନ ପାକିସ୍ତାନର ଜିୟୋ ନ୍ୟୁଜ ସହ କଥା ହୋଇ ଭାରତର ଚନ୍ଦ୍ରଯାନ-2 ମିଶନ ପାକିସ୍ତାନ ପାଇଁ ୱେକ ଅପ କଲ ଅଟେ । ସେ କହିଛନ୍ତି ଯେ ଭାରତର ଚନ୍ଦ୍ରଯାନ-2 ମିଶନକୁ ବିଫଳ ବୋଲି କୁହାଯାଇ ପାରିବ ନାହିଁ, କାରଣ ଅନେକ ବିକଶିତ ଦେଶର ମଧ୍ୟ ଏହିପରି ପରୀକ୍ଷଣ ବିଫଳ ହୋଇଛି । 

ରହମାନ କହିଛନ୍ତି ସଫଳତା ଏବଂ ବିଫଳତା ମିଳିବା ଏହିପରି ମିଶନର ଅଂଶ, କିନ୍ତୁ ଯିଏ ଶେଷ ସମୟ ପର୍ଯ୍ୟନ୍ତ ପ୍ରୟାସ କରେ ସିଏ ସଫଳ ହୁଏ । ସେ କହିଛନ୍ତି ଯେଉଁ ଦେଶ ଗୁଡିକ ଏହିପରି ମିଶନ କରିଛନ୍ତି, ସେମାନେ ମଧ୍ୟ ଅଧା ମିଶନରେ ସଫଳତା ଏବଂ ବିଫଳତା ହାସଲ କରିଥିଲେ । ରହମାନ କହିଛନ୍ତି ଏହିପରି ମିଶନରେ ବହୁତ ଟଙ୍କା ନିବେଶ କରିବା ଠିକ ନୁହେଁ, ଏହା ସଠିକ ଦୃଷ୍ଟିକୋଣ ନୂହେଁ, କାରଣ ଏପରି ପ୍ରୟୋଗର ରକ୍ଷା ଏବଂ ଉଦ୍ୟୋଗ ଉପରେ ପ୍ରଭାବ ପଡିଥାଏ । 

ରହମାନ କହିଛନ୍ତି, "ଭାରତ ଯାହା କରୁଛି, ଠିକ କରୁଛି ଆମକୁ ମଧ୍ୟ ମଙ୍ଗଳ ଏବଂ ଚନ୍ଦ୍ରରେ ପହଞ୍ଚିବା ପାଇଁ ତାଙ୍କଠାରୁ ଶିକ୍ଷା ନେବା ଦରକାର" । ସେ କହିଛନ୍ତି ଯେ ଆମକୁ ଭାରତର ସମକ୍ଷକ ହେବା ପାଇଁ ଏପରି ପ୍ରୟୋଗର କରିବାର ଆବଶ୍ୟକତା ନାହିଁ ବରଂ ଏପରି ପରୀକ୍ଷଣ ଦ୍ୱାରା ଜ୍ଞାନକୌଶଳର ବିକାଶ ହୋଇଥାଏ, ଯାହା ଦ୍ୱାରା ଆମର ରକ୍ଷା ଏବଂ ଉଦ୍ୟୋଗ କ୍ଷେତ୍ର ମଜବୁତ ହୋଇପାରିବ ।