Home > ଅନ୍ତରାଷ୍ଟ୍ରୀୟ
ଲଗାତାର ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ ଭାରତ, 2023ରେ ହେବ ଟୁର୍ଣ୍ଣାମେଣ୍ଟ
Khabar Odisha:National-sports-India-Will-Hosts-Men-Hockey-World-Cup-2023
ନୂଆଦିଲ୍ଲୀ,ନଭେମ୍ବର ୦୮(ଖବର ଓଡିଶା):

ପୁରୁଷ ହକି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ଦ୍ୱିତୀୟ ଥର ପାଇଁ ସୁଯୋଗ ଦିଆଯାଇଛି । ଏହା ସହ ଭାରତର ଲଗାତାର ଦୁଇ ଥର ବିଶ୍ୱକପ ଟୁର୍ଣ୍ଣାମେଟ ଆୟୋଜନ କରିବର ପ୍ରଥମ ଦେଶ ହୋଇଛି । 2023 ମସିହାର ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତ ଆୟୋଜନ କରିବା ନେଇ ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (FIH) ଘୋଷଣା କରିଛି । 

2023 ମସିହା ଜାନୁଆରୀ 13ରୁ 29 ମଧ୍ୟରେ ପୁରୁଷ ବିଶ୍ୱ ଆୟୋଜନ ହେବ । ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରଣ କରିବ । ଏହାସହ ଆୟୋଜକ ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଏନେଇ ଏଫଆଇଏଚ ଅନୁମତି ପ୍ରଦାନ କରିଛି । ଏହିପରି ଭାରତ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ହାସଲ କରିବାରେ ପ୍ରଥମ ଦେଶ ହୋଇଛି । 

ସେହିପରି ମହିଳା ହକି ବିଶ୍ୱକୁ ସ୍ପେନ ଏବଂ ନେଦରଲାଣ୍ଡ ମିଳିତଭାବେ ଆୟୋଜନ କରିବେ । 2022 ମସିହା ଜୁଲାଇ 1-17 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ସେମି ଫାଇନାଲ, ଫାଇନାଲ ଏବଂ ତୃତୀୟ-ଚତୁର୍ଥ ସ୍ଥାନ ପାଇଁ ପ୍ଲେ ଅଫର ମ୍ୟାଚ ସ୍ପେନରେ ଖେଳାଯିବ । 

ଏହା ପୂର୍ବରୁ ଭାରତ 2018 ମସିହାରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱ କପର ଆୟୋଜନ କରିଥିଲା । ଆୟୋଜନକୁ ବିଶ୍ୱ ସ୍ତରରେ ପ୍ରଶଂସା କରାଯାଇଥିଲା ।