Home > ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ ଦ୍ୱାରା ପ୍ରାଣ ହରାଇଲେ ସ୍ପେନ ରାଜକୁମାରୀ ମାରିୟା ଟେରେସା
Khabar Odisha:Princess-Maria-Teresa-of-Spain-becomes-first-royal-to-die-from-COVID-19
ସ୍ପେନ, ମାର୍ଚ୍ଚ ୨୯ (ଖବର ଓଡ଼ିଶା):

ମହାମାରୀ କରୋନା ଭାଇରସର ସଂକ୍ରମଣରେ ପ୍ରାଣ ହରାଇଲେ ସ୍ପେନ ରାଜକୁମାରୀ ମାରିୟା ଟେରେସା। 86 ବର୍ଷ ବୟସରେ ଫ୍ରାନ୍ସରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଭାଇ ପ୍ରିନ୍ସ ସିକ୍ସଟୋ ଏନରିକ ଡି ବରବୋନ ଏକ ଫେସବୁକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି।

ରାଜକୁମାରୀଙ୍କ ଭାଇ ପ୍ରିନ୍ସ ସିକ୍ସଟୋ ଏନରିକ ଡି ବରବୋନଙ୍କ ପୋଷ୍ଟ ଅନୁସାରେ ରାଜକୁମାରୀ କରୋନାରେ ପିଡୀତ ଜଣାପଡିବା ବରେ ତାଙ୍କ ଚିକିତ୍ସା ଜାରି ରହିଥିଲା ହେଲେ ଡାକ୍ତର ମାନଙ୍କ ଅକ୍ଲାନ୍ତ ଉଦ୍ୟମ ବିଫଳ ହେବାରୁ 26 ମାର୍ଚ୍ଚ ଦିନ ରାଜକୁମାରୀ ପ୍ରାଣ ହରାଇଥିବା ଜଣାପଡିଛି।

ରାଜକୁମାରୀ ମାରିୟାଙ୍କ ମୃତ୍ୟୁ ପରେ କରୋନା ଦ୍ୱାରା କୌଣସି ରାଜପରିବାରରେ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି

  • Tags: