Home > ଅନ୍ତରାଷ୍ଟ୍ରୀୟ
କରୋନାରେ ମରିଗଲା ମାଲିକ, 3 ମାସ ହେବ ହସ୍ପିଟାଲରେ ମାଲିକର ଫେରିବା ବାଟକୁ ଚାହିଁ ରହିଛି କୁକୁର
Khabar Odisha:The-owner-is-dead-in-Corona-the-dog-is-waiting-for-the-owner-to-return-to-the-hospital-for-3-months
ୱୁହାନ, ମେ ୩୦ (ଖବର ଓଡ଼ିଶା):

ଆଜିକାଲି ସୋସିଆଲ ମିଡିଆରେ ୱୁହାନର ଏକ ଡାକ୍ତରଖାନାରେ ଅପେକ୍ଷା କରିଥିବା କୁକୁରର ଫଟୋଟି ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷା କୁକୁରଟି ଗତ ତିନିମାସ ଧରି ଡାକ୍ତରଖାନାର ଲବିରେ ନିଜ ମାଲିକଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଛି । କିନ୍ତୁ ଦୁଃଖର କଥା ଯେ ତା ମାନିକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେବାର ପାଞ୍ଚ ଦିନ ପରେ ହିଁ ମୃତ୍ୟୁବରଣ କରିଥିଲେ । ୱୁହାନ ତାଇକଙ୍ଗ ହସ୍ପିଟାଲର କର୍ମଚାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁରର ଯତ୍ନ ନେଉଥିଲେ, କିନ୍ତୁ ବର୍ତ୍ତମାନ କୁକୁରଟିକୁ ଏକ ଆଶ୍ରୟସ୍ଥଳକୁ ପଠାଯାଇଛି।

କୁହାଯାଉଛି ଯେ ପୋଷା କୁକୁରର ନାମ ଜିଆ ବାଓ, ଯାହାର ମାଲିକ କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶର ୱୁହାନ ଟାଇକିଂ ​​ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତିନିମାସ ଧରି ହସ୍ପିଟାଲର କର୍ମଚାରୀମାନେ ଜିଆଓ ବାଓଙ୍କ ଖାଦ୍ୟ କଥା ବୁଝୁଥିଲେ ଏବଂ ଏହାର ଯତ୍ନ ନେଉଥିଲେ।

ସ୍ଥାନୀୟ ମେଟ୍ରୋ ରିପୋର୍ଟ ଅନୁଯାୟୀ, ଲକଡାଉନ୍ ଶେଷ ହେବା ପରେ ଜଣେ ସ୍ଥାନୀୟ ଜଣେ ଦୋକାନୀ ଜିଆଓ ବାଓଙ୍କୁ ନିଜ ସାଥିରେ ନେଇ ଯାଇଥିଲେ କିନ୍ତୁ ଜିଆଓ ବାଓ ତାଙ୍କ ପାଖରେ ନ ରହି ପୁଣି ଥରେ ହସ୍ପିଟାଲକୁ ଫେରିଆସିଥିଲେ । ପରେ କିଛି ରୋଗୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ପଶୁ ସୁରକ୍ଷା ସଂସ୍ଥା ସହ ଯୋଗାଯୋଗ କରିଥିଲେ ସେମାନେ ଆସି ଜିଆଓ ବାଓକୁ ନେଇ ଯାଇଥିବା ଜଣାପଡିଛି ।

  • Tags: