Home > ଅନ୍ତରାଷ୍ଟ୍ରୀୟ
ଭାରତକୁ ମିଳିଲା କଳାଧନକାରୀଙ୍କ ସୂଚନା, ପ୍ରଥମ ପର୍ଯ୍ୟାୟରେ ତଥ୍ୟ ଦେଲା ସ୍ଵିଜରଲାଣ୍ଡ
Khabar Odisha:business--Odisha--the-first-information-received-from-swiss-banks-under-an-automated-system-is-mainly-of-closed-accounts
ନୂଆଦିଲ୍ଲୀ/ବର୍ନ,ସେପ୍ଟେମ୍ବର୦୮(ଖବର ଓଡ଼ିଶା):

ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟ ଆକାଉଣ୍ଟ ହୋଲ୍ଡରଙ୍କ ବିଷୟରେ ସ୍ୱଚାଳିତ ବ୍ୟବସ୍ଥା ଅନୁସାରେ ଭାରତକୁ ମିଳିଥିବା ପ୍ରଥମ ପର୍ଯ୍ୟାୟ ସୂଚନାଗୁଡିକ ଉପରେ ବିଶ୍ଲେଷଣ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏଥିରେ ଖାତାଧାରକଙ୍କୁ ଚିହ୍ନଟ କରିବା ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ଥିବା ଅନୁମାନ କରାଯାଉଛି । ସ୍ୱିଜରଲାଣ୍ଡ ସ୍ୱାଚାଳିତ ବ୍ୟବସ୍ଥା ଅନୁସାରେ ଚଳିତ ମାସରେ ପ୍ରଥମଥର ପାଇଁ କିଛି ସୂଚନା ଭାରତକୁ ହସ୍ତାନର କରିଥିଲା । 

ଏହି ମାମଲାରେ ବ୍ୟାଙ୍କ ଏବଂ ସଂସ୍ଥାର ଅଧିକାରୀମାନେ କହିଛନ୍ତି ଯେ, ଏହି ସୂଚନା ମୁଖ୍ୟତଃ ସେହି ଆକାଉଣ୍ଟ ସହ ଜଡିତ ଯାହାକୁ ଲୋକମାନେ କାର୍ଯ୍ୟାନୁଷ୍ଠାନ ଭୟରେ ପୂର୍ବରୁ ବନ୍ଦ କରି ଦେଇଥିଲେ । ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ସ୍ୱିଜରଲାଣ୍ଡର ସରକାରୀ ନିର୍ଦ୍ଦେଶ ଅନୁସାରେ ସେଠାର ବ୍ୟାଙ୍କ ଗୁଡିକ ଡାଟା ଏକାଠି କରିଛନ୍ତି ଏବଂ ଭାରତକୁ ହସ୍ତାନ୍ତର କରିଛନ୍ତି । ଏଥିରେ ସେହି ସବୁ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି ଯାହା 2018ରେ ଗୋଟିଏ ଦିନ ପାଇଁ ମଧ୍ୟ ସକ୍ରିୟ ରହିଛି । 

ସେ କହିଛନ୍ତି ଯେ ଏହି ଡାଟା ଏହି ଆକାଉଣ୍ଟରେ ଥିବା ବେଆଇନ ସମ୍ପତ୍ତି ରଖୁଥିବା ଲୋକଙ୍କ ବିରୋଧରେ କଡା ମାମଲା ରୁଜୁ କରିବାରେ ସାହାଯ୍ୟ କରିବ । ଏଥିରେ ଜମା, ହସ୍ତାନ୍ତରଣ ଏବଂ ଅନ୍ୟ ସମ୍ପତ୍ତି ଶ୍ରେଣୀରେ ନିବେଶ ହୋଇଥିବା ଆୟ ଉପରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । 

ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି ଏକଦା ସମ୍ପୂର୍ଣ୍ଣ ଗୋପନୀୟ ରହୁଥିବା ସ୍ୱିସ ବ୍ୟାଙ୍କର ଖାତା ବିରୋଧରେ ବିଶ୍ୱସ୍ତରରେ ଆରମ୍ଭ ହୋଇଥିବା ଅଭିଯାନ ପରେ ଗତ କିଛି ବର୍ଷ ମଧ୍ୟରେ ଏହି ଆକାଉଣ୍ଟ ଗୁଡିକରୁ ଅତ୍ୟଧିକ ମାତ୍ରାରେ ଟଙ୍କା ବାହାର କରାଯାଇଛି ଏବଂ ଅନ୍ୟ ଆକାଉଣ୍ଟ ବନ୍ଦ କରାଯାଇଛି । ହସ୍ତାନ୍ତର କରାଯାଇଥିବା ସୂଚନାରେ ସେହି ଆକାଉଣ୍ଟ ଗୁଡିକ ସୂଚନା ରହିଛି ଯାହାକୁ 2018ରେ ବନ୍ଦ କରାଯାଇଛି । ଏହାଛଡା ଭାରତୀୟ ଲୋକଙ୍କ ଅତିକମରେ 100 ଏପରି ପୁରୁଣା ଆକାଉଣ୍ଟ ରହିଛି ଯାହାକୁ 2018 ପୂର୍ବରୁ ବନ୍ଦ କରାଯାଇଥିଲା ।