Home > ଅନ୍ତରାଷ୍ଟ୍ରୀୟ
ଆମେରିକାରେ ଭାରତୀୟଙ୍କ ଜଘନ୍ୟ କାଣ୍ଡ, ପରିବାର ୪ ଜଣଙ୍କୁ ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ
Khabar Odisha:california-man-killed-four-people-of-his-family
କାଲିଫର୍ଣ୍ଣିଆ, ଅକ୍ଟୋବର ୧୬ (ଖବର ଓଡ଼ିଶା):

ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ନିଜ ପରିବାରର ଚାରି ଚାରି ଜଣଙ୍କୁ ହତ୍ୟା କରିଛନ୍ତି । ଏହା ପରେ ସେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ତାଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାଁ ହେଉଛି ଶଙ୍କର ନାଗପ୍ପା ହାଂଗୁଡ଼ ।

ଶଙ୍କର ରୋଜବିଲ୍‌ରେ ବାସକରନ୍ତି । କୌଣସି କାରଣକୁ ନେଇ ସେ ନିଜ ପରିବାରର ୪ ଜଣଙ୍କୁ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଥାନାରେ ଆସି ପହଁଚି କହିଥିଲେ । କିନ୍ତୁ କେହି ତାଙ୍କୁ ବିଶ୍ୱାସ କରି ନ ଥିଲେ । ଏହା ପରେ ସିଏ କହିଥିଲେ ଯେ ତାଙ୍କ କାର୍‌ ଜଣଙ୍କ ମୃତ ଦେହ ରହିଛି । ତୁରନ୍ତ ତାଙ୍କ କାର୍‌ରୁ ମୃତ ଦେହକୁ ଜବତ କରାଯାଇଥିଲା । ଏହା ପରେ ପୋଲିସ ତାଙ୍କ କଥାକୁ ବିଶ୍ୱାସ କରିଥିଲେ । ସେହିପରି ତାଙ୍କ ଆପାର୍ଟାମେଣ୍ଟରୁ ଜଣେ ବୟସ୍କ ବ୍ୟକ୍ତି ଓ ଦୁଇଟି ପିଲାଙ୍କ ମୃତ ଦେହ ମିଳିଥିଲା ।

ଏ ଘଟଣା ସୋମବାର ଦିନ ଘଟିଛି । କିନ୍ତୁ ଏହାର କିଛି ଦିନ ପୂର୍ବରୁ ସେ ଜଣ ଜଣଙ୍କୁ ହତ୍ୟା କରିଛନ୍ତି । ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେ କାହିଁକି ଓ ତାଙ୍କ ସହିତ ଆଉ କିଏ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଆରମ୍ଭ ହୋଇଛି । 

  • Tags: