Home > ଅନ୍ତରାଷ୍ଟ୍ରୀୟ
ଜନ୍‌ସନ୍ସ ପାଉଡର୍‌ରେ କର୍କଟ ସୃଷ୍ଟିକାରୀ କାରକ, ବଜାରରୁ ସମସ୍ତ ଡବା ଫେରାଇବାକୁ କହିଲା କମ୍ପାନୀ
Khabar Odisha:cancer-asbestos-found-in-johnson-and-johnson--baby-powder
ନ୍ୟୁୟର୍କ, ଅକ୍ଟୋବର ୧୯ (ଖବର ଓଡ଼ିଶା):

ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଜନସନ୍ ଏଣ୍ଡ ଜନସନ୍ କମ୍ପାନୀ କରୁଥିବା ବେବି ପାଉଡର୍‌ରେ କ୍ୟାନସର ସୃଷ୍ଟି କରୁଥିବା ଉପାଦାନ ରହିଛି । ଏ ନେଇ ଆମେରିକା ଫୁଡ଼୍ ଏଣ୍ଡ ଡଗ୍ର୍ ଏଡ୍‌ମିନିଷ୍ଟ୍ରେସନ୍ ପରୀକ୍ଷାରୁ ଜାଣିବାକୁ ପାଇଛି । ପ୍ରଥମେ ଜନ୍‌ସନ୍ସ କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରୁଥିଲା । ପରେ ଏହାର ପ୍ରମାଣ ପାଇବାରେ ପାଉଡର୍ ବିକ୍ରି ଉପରେ ରୋକ ଲଗାଇଛି । ଏହା ସହିତ ରିଟେଲର୍ ଏବଂ ଅନ୍‌ଲାଇନ ରିଟେଲର୍‌ଙ୍କୁ ଦିଆଯାଇଥିବା ପାଉଡର୍ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି । ସେଥିପାଇଁ କମ୍ପାନୀର ୪.୬ ପ୍ରତିଶତ ସେୟାର ତଳକୁ ଖସିଆସିଛି ।

କମ୍ପାନୀର ଜଣେ ପ୍ରବକ୍ତାଙ୍କ କହିବା ମୁତାବକ, ୨୨୩୧୮RB ଲଟ୍‌ରେ ତିଆରି ହୋଇଥିବା ପାଉଡର୍‌ରେ କ୍ୟାନସର୍ ଉପାଦାନ ମିଳିଛି । ସେଥିଲାଗି ପ୍ରାୟ ପାଉଡର୍‌କୁ ଫେରାଇବାକୁ ଆମେରିକାରେ ରିଟେଲର୍‌ମାନଙ୍କୁ କୁହାଯାଇଛି । ଜଣେ ରିଟେଲର୍ ପ୍ରାୟ ୩୩ ହଜାର ଡବା ବିକ୍ରି କରିସାରିଛନ୍ତି । ଏହା ପ୍ରଥମ ଘଟଣା ଯେ ଜନସନ୍ ଏଣ୍ଡ ଜନସନ୍ ନିଜର ପ୍ରଡକ୍ଟକୁ ଫେରାଇ ନେଉଛି । ସେ କହିଛନ୍ତି ବିଗତ ୪୦ ବର୍ଷ ମଧ୍ୟରେ ଆମ ପାଉଡର୍‌ର ବାରମ୍ବାର ପରୀକ୍ଷା କରାଯାଇଛି । କିନ୍ତୁ କେବେବି କ୍ୟାନସର୍ ସୃଷ୍ଟିକାରୀ ଉପାଦାନ ଥିବା ମିଳି ନାହିଁ । ଏହାର ଯାଞ୍ଚ କରାଯାଉଛି । ଏଥିପାଇଁ ଆହୁରି ଗୋଟିଏ ମାସ ସମୟ ଲାଗିବ ।

ପୂର୍ବରୁ କମ୍ପାନୀ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଛି । ଜନ୍‌ସନ୍ସ ପାଉଡରେ କ୍ୟାନସର୍ ସୃଷ୍ଟିକାରୀ କାରକ ରହୁଛି । ଏହାକୁ ବ୍ୟବହାର କରିବା ଦ୍ୱାରା ପିଲାଙ୍କୁ ମେସୋଥେଲିଓମା ରୋଗ ହେଉଛି । ଯାହାକି ଆକ୍ରମଣାତ୍ମକ କର୍କଟ ରୋଗ ଅଟେ ।

  • Tags: