Home > ଅନ୍ତରାଷ୍ଟ୍ରୀୟ
ଲକଡାଉନକୁ ଗମ୍ଭୀରତାର ସହ ନେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ
Khabar Odisha:india-and-beyondpeople-not-taking-lockdown-seriously-says-pm-modi-on-twitter
ନୂଆଦିଲ୍ଲୀ, ମାର୍ଚ୍ଚ ୨୩ (ଖବର ଓଡ଼ିଶା):

ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଲକଡାଉନକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ସମ୍ପ୍ରତି ଲକଡାଉନକୁ ଅନେକ ଗମ୍ଭୀରତାର ଭାବେ ଗ୍ରହଣ କରୁନାହାନ୍ତି । ଦୟାକରି ନିଜେ ନିଜକୁ ବଞ୍ଚାନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ, ନିର୍ଦେଶକୁ ଗମ୍ଭୀରତାର ସହ ପାଳନ କରନ୍ତୁ । ରାଜ୍ୟ ସରକାରମାନଙ୍କୁ ମୋର ଅନୁରୋଧ ସେମାନେ ନିୟମକାନୁନ ପାଳନ କରାନ୍ତୁ ।

ସୂଚନାଯୋଗ୍ୟ ଯେ, ସଂକ୍ରମଣ ପ୍ରତିହତ କରିବାକୁ ଦେଶର ଅନେକ ରାଜ୍ୟ ମାର୍ଚ ୩୧ ତାରିଖ ଯାଏଁ ଲକଡାଉନ୍ ଆରମ୍ଭ କରିଛନ୍ତି । ଦେଶର ୮୨ଟି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି କରାଯାଇଛି ।

ସଦ୍ୟତମ ସୂଚନା ଅନୁସାରେ, ଲକଡାଉନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଲକଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି।

  • Tags: