Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନକୁ ଜବାବ: ଦିଲ୍ଲୀ-ଲାହୋର ବସ୍‌ ବନ୍ଦ କଲା ଭାରତ
Khabar Odisha:india-stops-delhi-lahore-bus-service
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଭାରତ ଓ ତା’ର ପଡ଼ୋଶୀ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ଆହୁରୀ ଘନୀଭୂତ ହେବାରେ ଲାଗିଛି । ପାକିସ୍ତାନ ଭାରତ ସହିତ ସମସ୍ତ କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି । ଏବେ ଭାରତ ସରକାର ମଧ୍ୟ ଯେସାକୁ ତେସା ନୀତି ଆପଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ଯାତାୟତ କରୁଥିବା ଦିଲ୍ଲୀ-ଲାହୋର ବସ୍‌ ସେବାକୁ ବନ୍ଦ କରି ଦେଇଛି ଭାରତ । ସୋମବାର ଡିଟିସି ଏ ନେଇ ଘୋଷଣା କରିଛି ।

ସରକାରଙ୍କ କଶ୍ମୀର ନିଷ୍ପତ୍ତି ପରେ ପାକିସ୍ତାନ ଭାରତ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ତୁଟାଇ ଦେଇଛି । ଏମିତି ଦୁଇ ଦେଶରେ ମଧ୍ୟରେ ଯାତାୟତ କରୁଥିବା ସମଝୌତା ଏକ୍ସପ୍ରେସକୁ ପ୍ରଥମେ ବନ୍ଦ କରିଦେଇଥିଲା । ଏହା ପରେ ଯୋଧପୁର ଓ ଲାହୋର ମଧ୍ୟରେ ଚାଲିଥିବା ଥର୍‌ ଏକ୍ସପ୍ରେସକୁ ବନ୍ଦ କରିଦେଇଛି । ପାକିସ୍ତାନ ଏଭଳି ନିଷ୍ପତ୍ତି ପରେ ଭାରତ ସରକାର ପାକିସ୍ତାନରେ ଥିବା ଉଚ୍ଚ ଆୟୁକ୍ତଙ୍କୁ ଫେରି ଆସିବାକୁ କହିଛନ୍ତି । ଏହା ସହିତ ଆଜି ଦିଲ୍ଲୀ-ଲାହୋର ବସ୍‌ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । 

  • Tags: