Home > ଅନ୍ତରାଷ୍ଟ୍ରୀୟ
ରାଜ୍ୟପାଳ ଭାବେ ନୂଆ ଇନିଂସ ଆରମ୍ଭ କରିବେ ମୁରଲୀଧରନ !
Khabar Odisha:international-news-sri-lanka-legendary-cricketer-spinner-muthaiya-murlidharan-appointed-governor-tamil-northern-province
କଲୋମ୍ୱ,ନଭେମ୍ବର ୨୭(ଖବର ଓଡିଶା):

ଦୁନିଆର ମହାନ କ୍ରିକେଟର ଏବଂ ବୋଲର ମୁଥୈୟା ମୁରଲୀଧରନ ଖୁବଶୀଘ୍ର କ୍ରିକେଟର ମୈଦାନରୁ ଦୂରରେ ନୂଆ ଏକ ଇନିଂସ ଆରମ୍ଭ କରିପାରିନ୍ତି । ମୁରଲୀଧରନ ଶ୍ରୀଲଙ୍କାର ତାମିଲ ବହୁଳ ପ୍ରଦେଶର ରାଜ୍ୟପାଳ ହୋଇପାରନ୍ତି । 

ମିଡିଆ ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର ନବନିର୍ବାଚିକ ରାଷ୍ଟ୍ରୁପତି ଗୋଟାବାୟ ମୁରଲୀଧନନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ ପାରନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ ତାଙ୍କୁ ଏହି ପଦ ସ୍ୱିକାର କରିବା ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି । କ୍ରିକେଟ ଦୁନିଆର ମହାନ ସ୍ପିନର ଏବଂ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ 800 ୱିକେଟ ନେଇଥିବା 47 ବର୍ଷିୟ ମୁରଲୀଧରନ ସେହି ତିନି ଜଣ ଗଭର୍ଣ୍ଣରଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନଙ୍କୁ ରାଜପକ୍ଷେ ଏହି ପଦ ପାଇଁ ଚନୟ କରିଛନ୍ତି ।