Home > ଅନ୍ତରାଷ୍ଟ୍ରୀୟ
ଇରାନ ଧରିଲା ବ୍ରିଟିଶ ଜାହାଜ, ଫସିଛନ୍ତି ୧୮ ଭାରତୀୟ, ମୁକ୍ତ କରିବା ମିଶନରେ ବୈଦେଶିକ ମନ୍ତ୍ରଣାଳୟ
Khabar Odisha:international-odisha-18-indians-aboard-british-flagged-oil-tanker-seized-by-iran
ଲଣ୍ଡନ/ନୂଆଦିଲ୍ଲୀ,ଜୁଲାଇ୨୦(ଖବର ଓଡ଼ିଶା):

 ଉପସାଗର କ୍ଷେତ୍ରରେ ଇରାନ ଦୁଇଟି ତୈଳ ଟ୍ୟାଙ୍କରକୁ ନିଜ କବଜାକୁ ନେବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥିରୁ ଗୋଟିଏ ଟ୍ୟାଙ୍କର ବ୍ରିଟେନର ହୋଇଥିବା ବେଳେ ଆଉ ଗୋଟିଏ ଟ୍ୟାଙ୍କର ଲାଇବେରିଆର। ସବୁଠୁ ବଡ଼ ଘଟଣା ଏହା ଯେ, ବ୍ରିଟିଶ ତୈଳ ଟ୍ୟାଙ୍କରରେ ଥିବା ୨୩ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ନାଗରିକ। ଏହି ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଇରାନ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ଶୀଘ୍ର ଭାରତୀୟଙ୍କୁ ମୁକ୍ତ କରିବାକୁ ପ୍ରୟାସ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ଆମର ମୁଖ୍ୟ ଉଦ୍ଦେଶ୍ୟ ଇରାନ ସରକାର ସହ ଯୋଗାଯୋଗ କରି ଭାରତୀୟଙ୍କୁ ମୁକ୍ତ କରିବା ଉପରେ ରହିଛି।

କୁହାଯାଉଛି ଯେ, ଇରାନର ସେନା ନିଜ ଦେଶର ମାଛ ଧରାଳିଙ୍କ ଏକ ନୌକା ବ୍ରିଟିଶ ଟ୍ୟାଙ୍କର ସହ ଧକ୍କା ହେବା ପରେ ଇରାନ ଉକ୍ତ ଦୁଇଟି ଟ୍ୟାଙ୍କରକୁ ନିଜ କବଜାକୁ ନେଇ ଯାଇଛି। ଏହି ଘଟଣାରେ ବ୍ରିଟେନ ସମେତ ଅନେକ ଦେଶ ଗଭୀର ଚିନ୍ତାପ୍ରକଟ୍ କରିଛନ୍ତି।

ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେରେମୀ ହଣ୍ଟ ଏହି ଘଟଣାକୁ ନେଇ ବହୁତ ଚିନ୍ତିତ ଥିବା କହିଛନ୍ତି। ହଣ୍ଟ ଏକ ବୈଠକ କରି ଘଟଣାର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କଣ କରାଯିବ ଏବଂ ଜାହାଜକୁ କେମିତି ମୁକ୍ତ କରାଯିବ ତାକୁ ନେଇ ବିଚାର ବିମର୍ଶ କରିଛନ୍ତି।

କ୍ରୁ ସଦସ୍ୟଙ୍କ ମଧ୍ୟରେ ଭାରତୀୟ, ରୁଷ ସମେତ ଅନେକ ଦେଶର ନାଗରିକ ସାମିଲ ଅଛନ୍ତି। ଜାହାଜର ମାଲିକ କହିଛନ୍ତି ଯେ, ହର୍ମୁଜ ଜଲଡମରୁମଧ୍ୟମ ଅତିକ୍ରମ କରିବା ସମୟରେ ଯେବେ  ଜାହାଜ ଅନ୍ତରାଷ୍ଟ୍ରୀୟ ଜଳ କ୍ଷେତ୍ରରେ ଥିଲା ସେହି ସମୟରେ ଏକ ଅଜ୍ଞାତ ଛୋଟ ନୌକା ଏବଂ ହେଲିକପ୍ଟର ଦ୍ଵାରା ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଇରାନ ସେନା ନିଜର ଓ୍ଵେବସାଇଟରେ ଜାରି ବୟାନରେ କହିଛି ଯେ, ଅନ୍ତରାଷ୍ଟ୍ରୀୟ ସମୁଦ୍ର କାନୁନର ପାଳନ କରିନଥିବା କାରଣରୁ ଜାହାଜକୁ ଜବତ କରାଯାଇଛି। ଜାହାଜକୁ ଇରାନର ଏକ ଅଜ୍ଞାତ ବନ୍ଦରକୁ ନିଆଯାଇଛି।