Home > ଅନ୍ତରାଷ୍ଟ୍ରୀୟ
ଭାରତ ମହାସାଗରରେ ଆଧିପତ୍ୟ ବିସ୍ତାର ପାଇଁ ଶ୍ରୀଲଙ୍କାକୁ ଯୁଦ୍ଧ ଜାହାଜ ଉପହାରରେ ଦେଲା ଚୀନ
Khabar Odisha:international-odisha-china-gifts-warship-to-sri-lanka
ପେଇଚିଙ୍ଗ,ଜୁଲାଇ୧୬(ଖବର ଓଡ଼ିଶା):

ଭାରତ ମହାସାଗରରେ ନିଜର ଆଧିପତ୍ୟ ବିସ୍ତାରରେ ଜୁଟିଥିବା ଚୀନ ଶ୍ରୀଲଙ୍କାକୁ ଏକ ଲଢୁଆ ଯୁଦ୍ଧ ଜାହାଜ ଉପହାର ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛି। ଗତ କିଛି ବର୍ଷ  ହେବ ଚୀନ ସାମରିକ ରୂପେ ମହତ୍ଵପୂର୍ଣ୍ଣ ଏହି ଦ୍ଵୀପ ଦେଶ ସହିତ ସାମରିକ ସଂପର୍କ ମଜବୁତ କରିାରେ ଲାଗିଛି। ଚୀନ ଦ୍ଵାରା ଉପହାରରେ ଦିଆଯାଇଥିବା ଯୁଦ୍ଧ ଜାହାଜ ‘ପି୬୨୫’ ଗତ ସପ୍ତାହରେ କଲୋମ୍ବୋରେ ପହଞ୍ଚିଛି। କେବଳ ଏତିକି ନୁହେଁ ରେଳର ଡବା ଏବଂ ଇଞ୍ଜିନ ନିର୍ମାଣ କରୁଥିବା ଚୀନ କମ୍ପାନୀ ଶ୍ରୀଲଙ୍କାକୁ ଶୀଘ୍ର ନୂତନ ୯ଟି ଡିଜେଲ ଟ୍ରେନ ଯୋଗାଇ ଦେବାକୁ ଘୋଷଣା କରିଛି। 

୨୩୦୦ ଟନର ଯୁଦ୍ଧ ଜାହାଜ ୨୦୧୫ରେ ଚୀନ ସେନାରୁ ଅବସର ନେଇ ସାରିଛି

ଉଲ୍ଲେଖନୀୟ ୦୫୨ ପ୍ରକାରର ‘ପି୬୨୫’ ଯୁଦ୍ଧ ଜାହାଜକୁ ଚୀନର ପିପୁଲ୍ସ ଲିବେରେସନ ଆର୍ମିର ନୌସେନାରେ ୧୯୯୪ରେ ସାମିଲ କରାଯାଇଥିଲା। ୨୩୦୦ ଟନର ଏହି ଯୁଦ୍ଧ ଜାହାଜକୁ ୨୦୧୫ରେ ଅବସର କରାଯାଇଥିଲା। ଏବେ ଏହାକୁ ଶ୍ରୀଲଙ୍କା ନୌସେନାକୁ ଉପହାରରେ ଦିଆଯାଇଛି। 

ଗତ ବର୍ଷ ମଧ୍ୟ ଭାରତ ଉପହାରରେ ଦେଇଥିଲା ଜାହାଜ

ଶ୍ରୀଲଙ୍କାର ନୌସେନା ଏଲଟିଟି ବିରୋଧ ସଂଘର୍ଷରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ଗତ ବର୍ଷ ନିଜ ଏହି ମହତ୍ଵପୂର୍ଣ୍ଣ ପଡ଼ୋଶୀ ଦେଶକୁ ନୌସେନାର ଏକ ପେଟ୍ରୋଲିଂ ଜାହାଜ ଉପହାରରେ ଦେଇଥିଲା। ଏହା ପୂର୍ବରୁ ଭାରତ ୨୦୦୬ ଏବଂ ୨୦୦୮ରେ ୨ଟି ଜାହାଜ ଉପହାରରେ ଦେଇ ସାରିଛି। 

ଶ୍ରୀଲଙ୍କା ନୌସେନା କହିଲା ଭଲ ବନ୍ଧୁତାର ପ୍ରତୀକ

ସିନହୁଆର ସମାଚାର ଏଜେନ୍ସିର ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ନୌସେନାର କମାଣ୍ଡର ଭାଇସ ଆଡମିରାଲ ପିୟଲ ଡି ସିଲଭା ଯୁଦ୍ଧ ଜାହାଜ ପାଇଁ ଚୀନର ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କର ସେନା ଏହି ଉପହାରକୁ ଦୁଇ ଦେଶ ମଧ୍ୟରେ ଭଲ ମିତ୍ରତାର ସଙ୍କେତ ରୂପେ ନେବ।