Home > ଅନ୍ତରାଷ୍ଟ୍ରୀୟ
ଏଲଓସିରେ ବିପୁଳ ପରିମାଣରେ ଟ୍ୟାଙ୍କ ମୁତୟନ କରୁଛି ପାକିସ୍ତାନ, ସୀମାରେ ବଡ଼ ଷଡ଼ଯନ୍ତ୍ରର ଖୁଲାସା
Khabar Odisha:international-odisha-jammu-kashmir-pakistan-deployed-heavy-cannon-on-loc
ଶ୍ରୀନଗର,ଅଗଷ୍ଟ୧୨(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସୀମାରେ ଏବେ ବଡ଼ ଧରଣର ଚକ୍ରାନ୍ତ ଚଳାଇଛି। ଜାମ୍ମୁ-କାଶ୍ମୀର ସୀମାରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ରର ଖୁଲାସା ହୋଇଛି। ସୂତ୍ର ମୁତାବକ ପାକିସ୍ତାନ ନିୟନ୍ତ୍ରିତ ରେଖା(ଏଲଓସି)ରେ ବିପୁଳ ପରିମାଣରେ ଟ୍ୟାଙ୍କ ମୁତୟନ କରିଛି। ଏହା ମଧ୍ୟ କୁହାଯାଉଛି ଯେ ପାକିସ୍ତାନ ନିଜର ସମସ୍ତ ଅଗ୍ରୀମ ବାୟୁସେନା ଘାଟିରେ ଲଢୁଆ ବିମାନ ମଧ୍ୟ ମୁତୟନ କରିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ସମଝୌତା ଏକ୍ସପ୍ରେସ ସ୍ଥାୟୀ ଭାବେ ବନ୍ଦ କରି ଦେଇଛି ଏବଂ ଭାରତ ସହିତ କୂଟନୈତିକ ସମ୍ବନ୍ଧ କମ କରିବା ସହିତ ସବୁ ପ୍ରକାରର  ବାଣିଜ୍ୟିକ ସଂପର୍କ ଛିନ୍ନ କରିଛି।

ମାତ୍ର, ଇମ୍ରାନ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନରେ ଚହଳ ପଡିଛି। ପାକିସ୍ତାନର ବାଣିଜ୍ୟିକ ସଂପର୍କ ଛିନ୍ନ ନିଷ୍ପତ୍ତି ପରିପ୍ରେକ୍ଷୀରେ ଭାରତୀୟ ଚାଷୀ ଓ ବ୍ୟବସାୟୀ ମଧ୍ୟ ପାକିସ୍ତାନକୁ ନିଜର ସାମଗ୍ରୀ ରପ୍ତାନୀ କରିବାକୁ ମନା କରି ଦେଇଛନ୍ତି। ଏହା ସହିତ ସରକାର ଆମଦାନୀ ଶୁଳ୍କ ବଢାଇ ୨୦୦ ପ୍ରତିଶତ କରିଛନ୍ତି। ଏହି କାରଣରୁ ପାକିସ୍ତାନ ବଜାରରେ ଟମାଟର କିଲୋ ପ୍ରତି ୩୦୦ ଟଙ୍କାରେ ପହଞ୍ଚିଛି।

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦  ହଟିବା ପରେ ବ୍ୟସ୍ତ ବିବ୍ରତ ପାକିସ୍ତାନ ଅଯଥା ପ୍ରତିକ୍ରିୟାଶୀଳ ହୋଇ ତରବିଆ ଭାବେ ଅନେକ ନିଷ୍ପତ୍ତି ନେଇଛି। ଯାହାର ଓଲଟା ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ଏହା ପରେ ମଧ୍ୟ ପାକ୍ ନିଜର ହୀନ ଚକ୍ରାନ୍ତରୁ ନିବୃତ୍ତ ହେଉ ନାହିଁ। ସୀମାରେ ସୈନ୍ୟ ଠୁଳ କରିବା ସହିତ ବିପୁଳ ପରିମାଣରେ ତୋପ ମୁତୟନ କରିଛି। ଏହା ସହ ନିଜର  ବାୟୁସେନା ଘାଟିରେ ଲଢୁଆ ବିମାନ ମୁତୟନ କରୁଥିବା ଜଣା ପଡିଛି।