Home > ଅନ୍ତରାଷ୍ଟ୍ରୀୟ
ଇରାନ ଡ୍ରୋନକୁ ଖସାଇଲା ଆମେରିକା
Khabar Odisha:international-odisha-america-attacked-iran-drone
ଆମେରିକା, ଜୁଲାଇ ୧୯(ଖବର ଓଡିଶା):

ଆମେରିକା ଶେଷରେ ଇରାନ ଉପରେ ପ୍ରତିଶୋଧ ନେଇଛି । ଆମେରିକା ସେନା ଖାଡି ଅଂଚଳରେ ଇରାନର ଏକ ଡ୍ରୋନକୁ ଧ୍ୱଂସ କରିଛି । କିଛି ମାସ ପୂର୍ବରୁ ଇରାନ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଥିଲା । ସେବେଠାରୁ ଦୁଇଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଥିଲା । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । କିନ୍ତୁ ପରେ ସେ ଏହି ନିଷ୍ପତିରୁ ଓହରିଥିଲେ ।

ଟ୍ରମ୍ପ ଟ୍ୱିଟ କରି ଆକ୍ରମଣ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ହୋରମୁଜର ଜଳସୀମାରେ ଇରାନର ଏକ ଡ୍ରୋନ ପଶିବାକୁ ଉଦ୍ୟମ କରୁଥିଲା । ଯାହା ଆମେରିକାର ଯୁଦ୍ଧପୋତ ଉପରେ ବିପଦ ସୃଷ୍ଟି କରିଥିଲା । ଏହାକୁ ନଜରରେ ରଖି ଇରାନ ଡ୍ରୋନରୁ ମାରି ଖସାଇ ଦିଆଯାଇଛି । ଏହି ଘଟଣାକୁ ଦେଖିଲେ ଆମେରିକା ପ୍ରଥମ ଥର ପାଇଁ ସିଧାସଳଖ ଆକ୍ରମଣ କରିଛି ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆସଲ୍ଟ ସିପ  ୟୁଏସଏସ ବକ୍ସର ନିଜର ଆତ୍ମରକ୍ଷା ପାଇଁ ଇରାନୀ ଡ୍ରୋନ ଉପରେ ଆକ୍ରମଣ କରିଥିଲା । ବକ୍ସରର ୧୦୦୦ ୟାର୍ଡସ୍ ମଧ୍ୟରେ ଆସିଥିବାରୁ ଡ୍ରୋନକୁ ଖସାଇ ଦିଆଗଲା ।

  • Tags: