Home > ଅନ୍ତରାଷ୍ଟ୍ରୀୟ
ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକ, ଆଇଏସ କ୍ୟାମ୍ପରେ ପକାଇଲା ୩୬ହଜାର କେଜିର ବୋମା
Khabar Odisha:international-odisha-america-iraq-isis-camp-air-strike
ଇରାକ, ସେପ୍ଟେମ୍ବର ୧୨(ଖବର ଓଡିଶା):

ଆମେରିକା ପୁଣିଥରେ ଇରାକରେ ଆଇଏସଆଇଏସ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଷ୍ଟାଇକରେ ଆମେରିକା ପକ୍ଷରୁ ୩୬ହଜାର କେଜିର ବମ ପକାଯାଇଛି । ଏହି ସମସ୍ତ ବମ ଆମେରିକା ଆଧୁନିକ ଏଫ-୩୫ ଓ ଏଫ-୧୫ ଲଢୁଆ ବିମାନରୁ ପକାଯାଇଛି । ଏହି ସମସ୍ତ ବମ ଦିଗଡି ନଦୀ ମଧ୍ୟରେ ଥିବା ଏକ ଦ୍ୱୀପରେ ପଡିଛି । ଆଇଏସ ବିରୋଧରେ ଆମେରିକା ଚଳାଇଥିବା ଅପରେସନରେ ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଆମେରିକାକୁ ଇରାକ ସେନା ମଧ୍ୟ ସହଯୋଗ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଅପରେସନର ଲକ୍ଷ ଆଇଏସର ସମସ୍ତ କ୍ୟାମ୍ପକୁ ଧ୍ୱଂସ କରିବା ଥିଲା । ଆମେରିକା ପାଖରେ ମୋସୁଲ ଓ ଜଜିରା ମରୁଭୂମୀ ବ୍ୟତୀତ କିର୍କୁକଠାରେ ନିଜର କ୍ୟାମ୍ପ ବନାଇଥିବା ଖବର ଥିଲା । କନସ ଦ୍ୱୀପ ଆମେରିକାର ଅପରେଟିଂ ବେସ୍ କ୍ୟାମ୍ପ ପାଖରେ ଅବସ୍ଥିତ ।

ଆମେରିକା ଓ ଇରାକ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଜୋରଦାର ଆକ୍ରମଣ କରାଯାଇଛି । ୨୦୧୭ରେ ଇରାକ ପ୍ରଧାନମନ୍ତ୍ରୀ ହାଇଦର ଅଲ ବାବଦୀ ଆଇଏସ ସଂପୂର୍ଣ୍ଣ ବିନାଶ ହୋଇଯାଇଥିବା ଦାବି କରିଥିଲେ । କିନ୍ତୁ ଏପରି ହୋଇନଥିଲା । ଏହି ସବୁ ଅଂଚଳରେ ଆଇଏସର ଅନେକ ସଂଖ୍ୟାରେ ସ୍ଲିପର ସେଲ୍ ରହିଛନ୍ତି । ପରେ ଏମାନଙ୍କୁ ଆତଙ୍କବାଦୀ ସଂଗଠନ ସମ୍ମୁଖ ଯୁଦ୍ଧରେ ବ୍ୟବହାର କରୁଛି ।

  • Tags: