Home > ଅନ୍ତରାଷ୍ଟ୍ରୀୟ
ମୋଦୀ ଓ ଇମରାନଙ୍କ ସହ ଆଲୋଚନା କରିବେ ଟ୍ରମ୍ପ୍
Khabar Odisha:international-odisha-america-president-donald-trump-will-meet-modi-and-imran-khan
ୱାଶିଂଟନ, ସେପ୍ଟେମ୍ବର ୧୭(ଖବର ଓଡିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିଶୀଘ୍ର ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଦୁଇଦେଶ ମଧ୍ୟରେ ଉପୁଜିଥିବା ବିବାଦ କିଛିମାତ୍ରାରେ କମ ହୋଇଥିବା ମଧ୍ୟ ସେ କହିଛନ୍ତି । ଏହାସହ ସେ ସେପ୍ଟେମ୍ବର ୨୨ରେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀଙ୍କ ସହ ଗୋଟିଏ ମଂଚରେ ଏକାଠି ହେବେ । ତେବେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ସେ କେବେ ସାକ୍ଷାତ କରିବେ ସେନେଇ କହିନାହାନ୍ତି ।

ଗତକାଲି ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବେ । ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ତାଙ୍କ କାର୍ଯ୍ୟକ୍ରମ ଅନୁସାରେ ସେ ଇମରାନଙ୍କ ସହ ଚଳିତ ମାସରେ ନ୍ୟୁୟର୍କରେ ହେବାକୁ ଥିବା ସଂଯୁକ୍ତ ରାଷ୍ଟ୍ରର ମହାସଭା ଅଧିବେଶନରେ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ହେଉଛି ।

ହାଓଡି ମୋଦୀ କାର୍ଯ୍ୟକ୍ରମରେ ୫୦ହଜାରରୁ ଅଧିକ ଭାରତୀୟ-ଆମେରିକୀୟ ଯୋଗଦେବେ । ସେମାନଙ୍କୁ ଟ୍ରମ୍ପ ସମ୍ବୋଧନ କରିବେ । ଏହାପରେ ସେ ୟୁଏନର ବାର୍ଷିକ ମହାସଭାରେ ଯୋଗଦେବା ପାଇଁ ନ୍ୟୁୟର୍କ ଯିବେ । ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି ।

  • Tags: