Home > ଅନ୍ତରାଷ୍ଟ୍ରୀୟ
ଆତଙ୍କୀଙ୍କ ସାଥ୍ ଛାଡ, ଭାରତ ସହ ତିକ୍ତ ସମ୍ପର୍କର ଏହା ମୂଳ କାରଣ-ପାକିସ୍ତାନକୁ ଆମେରିକାର ବାର୍ତ୍ତା
Khabar Odisha:international-odisha-america-says-pakistan-harbouring-of-terrorist-groups-destabilising-obstacles-in-talks-with-india
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡିଶା) :

 ଆମେରିକା ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ କଡା ଚେତାବନୀ ଦେଇଛି। ପାକିସ୍ତାନ ଚରମପନ୍ଥୀ ସମୂହକୁ ସମର୍ଥନ ଦେବା ଏବଂ ସେମାନଙ୍କୁ ନିଜ ଭୂମିରେ ସ୍ଥାନ ଦେବାକୁ କାରଣରୁ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହେଉଛି ବୋଲି ଆମେରିକା କହିଛି। 

ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସହାୟକ ସଚିଵ ଏଲିସ ଜି ବେଲ୍ସ କହିଛନ୍ତି କି, କୌଣସି ମହତ୍ଵପୂର୍ଣ୍ଣ ବାର୍ତ୍ତାଳାପ ପାଇଁ ପ୍ରଥମେ ବିଶ୍ଵାସ ସ୍ଥାପନ କରିବା ନିହାତି ଆବଶ୍ୟକ। ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଏବଂ ସେମାନଙ୍କୁ ନିଜ ଭୂମିରେ ପ୍ରଶୟ ଦେବା କାରଣରୁ ଇସଲାମବାଦ ଓ ନୂଆଦିଲ୍ଲୀ ମଧ୍ୟରେ ବାର୍ତ୍ତାଳାପରେ ବାଧା ସୃଷ୍ଟି ହେଉଛି। ଏହାଦ୍ଵାରା ସୀମାରେ ଆତଙ୍କବାଦ ବୃଦ୍ଧି ପାଉଛି। ଫଳରେ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇ ନାହିଁ। 

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି କି, ପାକିସ୍ତାନ ଦ୍ଵାରା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର ଏ ତୟବାକୁ ସମର୍ଥନ କରିବା ଦ୍ଵାରା ସେମାନେ ସୀମାରେ ଆତଙ୍କ ବିସ୍ତାର କରୁଛନ୍ତି। ଯେଉଁ କାରଣରୁ ସ୍ଥିତି ବିଗୁଡୁଛି। ଏହି ସବୁ ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ରୂପରେ ଦାୟୀ। ଜାମ୍ମୁ କାଶ୍ମୀରର ତଙ୍ଗଧାର ସେକ୍ଟରରେ ଆତଙ୍କୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହାର ଜବାବ ଦେବାକୁ ଯାଇ ଭାରତ ପିଓକେର ଆତଙ୍କବାଦୀ ଶିବିର ଉଡାଇ ଦେଇଥିଲା। ଏହି ସମୟରେ ପାକିସ୍ତାନର ଏଭଳି ପ୍ରତିକ୍ରିୟା ଶୁଣିବାକୁ ମିଳିଛି। ତେବେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ୬ରୁ ୧୦ ଜଣ ସୈନିକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। 

ବେଲ୍ସ କହିଛନ୍ତି କି, ଆମେରିକା ଭାରତ ଏବଂ ପାକିସ୍ତାନରେ ସିଧା ସମ୍ବାଦକୁ ସମର୍ଥନ କରୁଛି। ଯାହାକି ୧୯୭୨ରେ ଶିମଳା ବୁଝାମଣାରେ ହସ୍ତାକ୍ଷର ହୋଇଥିଲା। ଭାରତ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଦୂର କରିବା ପାଇଁ ଏହି ବୁଝାମଣା କରାଯାଇଥିଲା।