Home > ଅନ୍ତରାଷ୍ଟ୍ରୀୟ
ଇଦର ନମାଜ ସମୟରେ ଜାମ୍ମୁ-କାଶ୍ମୀର ନେଇ ପ୍ରଦର୍ଶନ କରୁଥିବା ପାକିସ୍ତାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବାହାରିନ
Khabar Odisha:international-odisha-bahrain-takes-action-against-pakistanis-who-protested-against-india-on-jammu-kashmir-during-eid-prayer
ନୂଆଦିଲ୍ଲୀ,ଅଗଷ୍ଟ୧୨(ଖବର ଓଡ଼ିଶା):

ବାହାରିନରେ କିଛି ପାକିସ୍ତାନୀ ଓ ବାଂଲାଦେଶୀ ଲୋକଙ୍କ ଦ୍ଵାରା ଜାମ୍ମୁ-କାଶ୍ମୀର ମାମଲାରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଇଦର ନମାଜ ଅବସରରେ ଏହାର ଫାଇଦା ଉଠାଇ ପ୍ରଦର୍ଶନକାରୀ ବିକ୍ଷୋଭ କରିଛନ୍ତି। ଏବେ ଏହି ଦ୍ଵୀପ ଦେଶ ଏମିତି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଣ୍ଣୟ ନେଇଛନ୍ତି। ‘ବାହାରିନର ମିନିଷ୍ଟ୍ରି ଅଫ ଇଣ୍ଟେରିୟର’ ବୟାନ ଜାରି କରି କହିଛି ଯେ, ଇଦର ନମାଜ ପରେ କିଛି ଏସୀୟ ଲୋକ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ ଯାହା କାନୁନର ଉଲ୍ଲଂଘନ ହୋଇଛି।

ଏହା ସହିତ ବାହାରିନ ନିଷ୍ପତି ନେଇଛି ଯେ କାନୁନର ଉଲ୍ଲଂଘନ କରୁଥିବା ଏମିତି ଲୋକଙ୍କ ବିରୋଧରେ ବୈଧାନିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମାମଲାକୁ ପବ୍ଲିକ ପ୍ରୋସିକ୍ୟୁସନଙ୍କ ପାଖକୁ ପଠାଇ ଦିଆଯାଇଛି। ବାହାରିନ ଲୋକଙ୍କୁ ଚେତାବନୀ ଦେଇଛି ଯେ, ସାଂପ୍ରଦାୟିକ ଭିଡ଼ର ବ୍ୟବହାର ରାଜନୈତିକ ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ କରାଯାଇ ପାରିବ ନାହିଁ। ନଚେତ୍ ଏହାର ସଜା ଭୋଗିବେ।

କୂଟନୈତିକ ଭାବେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଏକ ଘରିଆ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାହାରିନ ରାଜା ଶେଖ ହମଦ ଇସା ଅଲ ଖଲିଫାଙ୍କ ସହିତ ଅଗଷ୍ଟ ୯ରେ ଫୋନରେ ଆଲୋଚନା କରିଥିଲେ। ଇମ୍ରାନ ଖାନ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବାହାରିନ ରାଜାଙ୍କୁ ପାକିସ୍ତାନର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ମାତ୍ର ବାହାରିନ ଏତିକି ଜବାବ ଦେଇଥିଲା ଯେ ତାଜା ଘଟଣାକ୍ରମ ଉପରେ ନଜର ରଖାଯାଉଛି।