Home > ଅନ୍ତରାଷ୍ଟ୍ରୀୟ
ସୁଷମାଙ୍କ ସ୍ମୁତିରେ ହଜାରେ ଦୀପ ଜଳାଇଲେ ଭୂଟାନ ରାଜା
Khabar Odisha:international-odisha-bhutan-king-jigme-khesar-namgyel-wangchuck-oraganised-prayer-meeting-remembering-sushma-swaraj
ନୂଆଦିଲ୍ଲୀ,ଅଗଷ୍ଟ୧୦(ଖବର ଓଡ଼ିଶା):

 ଭୂଟାନର ରାଜା ଜିଗମେ ନାମଗ୍ୟାଲ ଓ୍ଵାଙ୍ଗଚୁକ୍ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ହଜାରେ ଦୀପ ପ୍ରଜ୍ଜ୍ଵଳିତ କରିବା ସହିତ ତାଙ୍କର ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ବିଶେଷ ପ୍ରାର୍ଥନା ବୁଧବାର ସିମଟୋଖା ଦଜୋଙ୍ଗରେ ଆୟୋଜନ କରାଯାଇଥିଲା।

ଭୂଟାନର ବ୍ରଡକାଷ୍ଟିଙ୍ଗ ସର୍ଭିସର ରିପୋର୍ଟ ଅନୁସାରେ ଓ୍ଵାଙ୍ଗଚୁକ୍ ସ୍ଵରାଜଙ୍କ ପରିବାରଙ୍କୁ ମଧ୍ୟ ଶୋକ ସନ୍ଦେଶ ପଠାଇଛନ୍ତି। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ଵରାଜଙ୍କ ମଙ୍ଗଳବାର ନିଧନ ଘଟିଥିଲା। ୬୭ ବର୍ଷୀୟ ସୁଷମା ହୃଦଘାତରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ଭୂଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୋରିଙ୍ଗ ତୋବଗେ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସୁଷମାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।