Home > ଅନ୍ତରାଷ୍ଟ୍ରୀୟ
ବାଂଲାଦେଶ ସେନାର ଗୁଳିମାଡ଼, ବିଏସଏଫ ଯବାନ ସହିଦ
Khabar Odisha:international-odisha-border-guards-bangladesh-fired-upon-bsf-soldiers-one-died
ମୁର୍ଶିଦାବାଦ, ଅକ୍ଟୋବର୧୭(ଖବର ଓଡ଼ିଶା):

 ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶ ସେନା ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଜଣେ ଯବାନ ସହିଦ ହୋଇଛନ୍ତି। ଗୁରୁତର ଭାବେ ଆହତ ଅନ୍ୟ ଜଣେ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଗୁରୁବାର ସକାଳ ପ୍ରାୟ ୯ଟାରେ ମୁର୍ଶିଦାବାଦ ଜିଲ୍ଲାରେ କାକମାରିଛର ବର୍ଡର ପୋଷ୍ଟରେ ଘଟିଛି। 

ବର୍ଡର ଗାର୍ଡ ବାଂଲାଦେଶ ପକ୍ଷରୁ ହୋଇଥିବା ଏହି ଅପ୍ରତ୍ୟାଶିତ ଗୁଳିମାଡ଼  କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି। ବିଏସଏଫ ଡିଜି ଭି.କେ. ଜୋହରୀ ନିଜର ବାଂଲାଦେଶ ସମକକ୍ଷ ମେଜର ଜେନେରାଲ ଶଫିନୁଲ ଇସଲାମଙ୍କ ସହ ହଟଲାଇନ ଆଲୋଚନା କରିଛନ୍ତି। ସୂତ୍ର ମୁତାବକ ବିଜିବି ମାମଲାର ପୂରା ତଦନ୍ତ କରିବାକୁ ଆଶ୍ଵାସନା ଦେଇଛନ୍ତି। 

ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ବିବାଦ

ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ବିଏସଏଫର ଯବାନ ଡଙ୍ଗାରେ ବିଜିବି ଯବାନଙ୍କ ସହ ଆଲୋଚନା ପାଇଁ ପଦ୍ମା ନଦୀରେ ଯାଉଥିଲେ। ମାତ୍ର ମୁସ୍କିଲ ତେବେ ଆରମ୍ଭ ହୋଇଥିଲା, ଯେବେ ବାଂଲାଦେଶ ଯବାନ ସେହି ତିନି ମତ୍ସ୍ୟଜୀବୀଙ୍କୁ ଧରି ନେଇଥିଲା, ଯାହାକୁ ବିଏସଏଫ ଅନ୍ତରାଷ୍ଟ୍ରୀୟ ସୀମାରେ ମାଛ ଧରିବାକୁ ଅନୁମତି ଦେଇଥିଲା। 

ବିଜିବିର ଯବାନ ଦୁଇ ଜଣ ମାଛ ଧରାଳୀଙ୍କୁ ଏହା କହି ଛାଡ଼ି ଦେଇଥିଲା ଯେ ସେମାନେ ଯାଇ ବିଏସଏଫକୁ ସୂଚିତ କରାଇବେ ଯେ ତାଙ୍କ କବଜାରେ ଆଉ ଜଣେ ମାଛ ଧରାଳି ଅଛନ୍ତି। ଏହା ପରେ ୧୧୭ତମ ବାଟାଲିୟନର ବିଏସଏଫ ପୋଷ୍ଟ କମାଣ୍ଡର ସବ ଇନ୍ସପେକ୍ଟର ଛଅ ଯବାନଙ୍କ ଟିମ୍ ସହିତ ମୋଟରବୋଟରେ ମାମଲା ସମାଧାନ ପାଇଁ ପହଞ୍ଚିଥିଲେ। 

ମାତ୍ର ବିଜିବି ସେମାନଙ୍କ ଉପରେ ଗୁଳି କରିଥିଲେ। ଏଥିରେ ହେଡ୍ କନଷ୍ଟେବଳ ବିଜୟ ଭାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଜଣେ କନଷ୍ଟେବଳଙ୍କ ହାତରେ ଗୁଳି ବାଜିଥିଲା। ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ହସ୍ପିଟାଲ ପହଞ୍ଚିବା ପୂର୍ବରୁ ବିଜୟ ଭାନ ସିଂହଙ୍କ ମୃତ୍ୟୁ ଘଟିଥିଲା। 

ଉଲ୍ଲେଖନୀୟ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ବନ୍ଧ ମଧୁର ରହିଛି ଏବଂ ସୀମାରେ ଦଶନ୍ଧି ଧରି କୌଣସି ଗୁଳି ବିନିମୟ  ହୋଇ ନାହିଁ। ଏହି କାରଣରୁ ସଂପ୍ରତି ଘଟଣା ବିଚଳିତ କରିଛି। ପରିସ୍ଥିତି ଯେମିତି ନବିଗିଡ଼ିବ ଏହା ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଉଛି। ଏହାର ସୂଚନା ସ୍ଵରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟକୁ ଦିଆଯାଇଛି।