Home > ଅନ୍ତରାଷ୍ଟ୍ରୀୟ
ଆର୍ଥିକ ସଂକଟରେ ୟୁଏନ: ଲିଫ୍ଟ ଓ ଏସି ପରେ ଏବେ ମୁଖ୍ୟାଳୟ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି
Khabar Odisha:international-odisha-budget-crunch-in-united-nations-headquarters-to-remain-closed-in-weekend
ନ୍ୟୁୟର୍କ,ଅକ୍ଟୋବର୧୯(ଖବର ଓଡ଼ିଶା):

 ମିଳିତ ଜାତିସଂଘ ସଂପ୍ରତି ଜଟିଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ସ୍ଥିତି ଏମିତି ଯେ ପୂର୍ବରୁ ୟୁଏନର ମୁଖ୍ୟାଳୟର ଲିଫ୍ଟ ଓ ଶୀତତାପ ନିୟନ୍ତ୍ରିତ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ଶନିବାର-ରବିବାର ଦିନ ମଧ୍ୟ ମୁଖ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ୟୁଏନ ଟ୍ଵିଟ୍ କରିଛି ଯେ, ଅର୍ଥାଭାବ କାରଣରୁ ଛୁଟି ଦିନରେ ଶନିବାର-ରବିବାର ୟୁଏନର ମୁଖ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କଣ ଆପଣଙ୍କର ଦେଶ ନିୟମିତ ମିଳିତ ଜାତିସଂଘର ବଜେଟରେ ନିଜର ଯୋଗଦାନ ଦେଇଛନ୍ତି ? ଦେଖନ୍ତୁ କେଉଁ ଦେଶ ଅନର ରଲରେ ରହିଛି ?

ମିଳିତ ଜାତିସଂଘ ଦ୍ଵାରା ଦିଆଯାଇଥିବା ତଥ୍ୟରୁ ଜଣା ପଡ଼ିଛି ଯେ, ୧୩୧ ସଦସ୍ୟଙ୍କ ମଧ୍ୟରୁ କେବଳ ୩୪ଟି ଦେଶ ନିଜର ବାର୍ଷିକ ବଜେଟରେ ୟୁଏନକୁ ନିଜର ଅଂଶ ଦେଇ ନାହାନ୍ତି। ଅକ୍ଟୋବର ୧୧ରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୈୟକ ଅକବରୁଦ୍ଦୀନ କହିଥିଲେ ଯେ, ଭାରତ ସେହି ୩୫ ଦେଶରେ ସାମିଲ ଯିଏ ୟୁଏନକୁ ନିଜର ସମସ୍ତ ବକୈୟା ପୈଠ କରି ସାରିଛି।

କାନାଡା, ସିଙ୍ଗାପୁର, ଭୂଟାନ, ଫିନଲାଣ୍ଡ, ନ୍ୟୁଜିଲାଣ୍ଡ  ଓ ନରଓ୍ଵେ ପରି ଦେଶ ୟୁଏନରେ ଅଦ୍ୟାବଧି ନିଜର ବକେୟା ଦେଇ ନାହାନ୍ତି। ମିଳିତ ଜାତିସଂଘର ସଦସ୍ୟ ଦେଶଙ୍କ ସଂଖ୍ୟା ୧୯୩। ଚଳିତ ବର୍ଷ ଭାରତ ୟୁଏନକୁ ୨୩, ୨୫୩,୮୦୮ ୟୁଏସ ଡଲାର ପୈଠ କରିଛି। ସେହି ପରି ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୟୁଏନର ବଜେଟ୍ ପ୍ରାୟ ୫.୪ ବିଲିୟନ ଡଲାର ଥିଲା। ଏଥିରେ ଶାନ୍ତି ସ୍ଥାପନ ପାଇଁ ହେଉଥିବା ଅଭିଯାନର ବଜେଟ୍ ସାମିଲ ନଥିଲା। 

ମିଳିତ ଜାତିସଂଘର ଆର୍ଥିକ ସଂକଟ  ଏତେ ଗୁରୁତର ହୋଇଛି, ଅର୍ଥାଭାବ କାରଣରୁ ନିଜ ପରିସର ଏୟାର କଣ୍ଡିସନ ଓ ଲିଫ୍ଟ ବନ୍ଦ କରି ଦେଇଛି। ମିଳିତ ଜାତିସଂଘର କୋଠାରେ ସନ୍ଧ୍ୟା ୬ଟାରୁ ସକାଳ ୮ଟା ପର୍ୟ୍ୟ  ନ୍ତ ହିଟର ଓ ଏସି ବନ୍ଦ ରଖିବାକୁ ନିର୍ଣ୍ଣୟ ନିଆଯାଇଛି। ଏହା ସହିତ ପରିସର ସ୍ଥିତ ଓ୍ଵାଟର କୁଲରକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ନୂତନ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ସାମଗ୍ରୀ କ୍ରୟ ବନ୍ଦ ରହିଛି। କନଫରେନ୍ସ ସୀମିତ କରିବା ଉପରେ ଧ୍ୟାନ ଦିଆଯାଉଛି। ଏହି ସବୁ ଉପାୟ କେବଳ ଖର୍ଚ୍ଚକାଟକୁ ଦୃଷ୍ଟିରେ ରଖି କରାଯାଇଛି, ଯଦ୍ଵାରା କୌଣସି ପ୍ରକାରେ ୟୁଏନ ଏହି ଆର୍ଥିକ ସଂକଟରୁ ମୁକୁଳି ପାରିବ। 

ମିଳିତ ଜାତିସଂଘର ପ୍ରବନ୍ଧ ବିଭାଗର ଅଧ୍ୟକ୍ଷ କ୍ୟାଥରିନ ପୋଲାର୍ଡ ମିଳିତ ଜାତିସଂଘର ସାଧାରଣ ପରିଷଦର ବଜେଟ୍ କମିଟିକୁ କହିଛନ୍ତି ଯେ, କେବଳ ୧୨୮ ଦେଶରୁ ଅକ୍ଟୋବର ୪ ସୁଦ୍ଧା ୧୯୯ କୋଟି ଡଲାର ଅର୍ଥ ପ୍ରାପ୍ତ ହୋଇଛି। ମାତ୍ର ୬୫ ଦେଶ ୧୩୮.୬ କୋଟି ଡଲାର  ପୈଠ କରି ନାହାନ୍ତି। ଏଥିରୁ ୧୦୦ କୋଟି ଡଲାର କେବଳ ଆମେରିକାକୁ ଦେବାର ଅଛି।