Home > ଅନ୍ତରାଷ୍ଟ୍ରୀୟ
କାନାଡା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଜଗମିତ ସିଂହଙ୍କ ଟିକଟକ୍ ଭିଡିଓ ଭାଇରାଲ
Khabar Odisha:international-odisha-canada-election-results-2019-news-updates-justin-tradeau-sikh-prime-minister-candidate-npd-jagmeet-singh-canada-tik-tok-viral-video
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡିଶା) :

କାନାଡା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଜଣେ ଭାରତୀୟ ଶିଖ୍ ଜଗମିତ ସିଂହ ପ୍ରାର୍ଥୀ ହୋଇଛନ୍ତି। ଏଥିପାଇଁ ସେ ସୋସିଆଲ ମିଡିଆରେ ଜୋରଦାର ପ୍ରଚାର କରୁଛନ୍ତି। ଖାସ୍ କରି ଟିକଟକ୍ ଏବଂ ଇନଷ୍ଟାଗ୍ରାମରେ। ସୋସିଆଲ ମିଡିଆରେ ତାଙ୍କର ଏହି ନିର୍ବାଚନ ପ୍ରଚାର କେବଳ କାନାଡାରେ ନୁହେଁ ସମ୍ପୂର୍ଣ୍ଣ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରିଥିଲେ। ତେଣୁ କାନାଡାର ଯୁବ ଭୋଟରଙ୍କ ଉପରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଉଛି।

ଚାରି ବର୍ଷ ପୂର୍ବେ ହୋଇଥିବା କାନାଡା ନିର୍ବାଚନରେ ୨୦୧୧ ମୁକାବିଲାରେ ୧୨ ପ୍ରତିଶତରୁ ଅଧିକ ଯୁବ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନରେ ଲିବରଲ ନେତା ଜଷ୍ଟିନ୍ ଟୁଡୋଙ୍କୁ ଅଧିକ ଭୋଟ ମିଳିଥିଲା। କିନ୍ତୁ ଏଥର ଟ୍ରୁଡୋଙ୍କ ରାସ୍ତା ସଫା ନାହିଁ। ସେ ବର୍ଣ୍ଣବୈଷମ୍ୟ ଅଭିଯୋଗରେ ଫସିଛନ୍ତି। ଖୋଦ୍ ଟ୍ରୁଡୋ ନିଜ ବିଜୟକୁ ନେଇ ଆଶ୍ଵସ୍ତ ନାହାଁନ୍ତି। 

ତେବେ ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜଗମିତ ସିଂହ ସୋସିଆଲ ମିଡିଆରେ ଏବେ ଛାଇ ଯାଇଛନ୍ତି। କାନାଡା ମିଡିଆ ମୁତାବକ ଜଗମିତ ୧୫ଟି ଟିକଟକ୍ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ପାଖାପାଖି ୩୦ ଲକ୍ଷ ଲୋକମାନଙ୍କ ନିକଟରେ ପହଁଚି ପାରିଛି। ସେ ଭିଡିଓରେ ଜଗମିତ ରାପ୍ ମ୍ୟୁଜିକର ବ୍ୟବହାର କରିଛନ୍ତି। ଏନେଇ ସେ କହିଛନ୍ତି କି, ଯୁବଗୋଷ୍ଠୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଯଦି ଏହାହିଁ ମାଧ୍ୟମ ତେବେ ଏହାର ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ।