Home > ଅନ୍ତରାଷ୍ଟ୍ରୀୟ
ଚୀନ ଖେଳିଲା ଚାଲ: କାଶ୍ମୀର ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ଆଜି ପୂର୍ବାହ୍ଣରେ ହେବ ଆଲୋଚନା
Khabar Odisha:international-odisha-china-calls-for-meeting-of-un-security-council-to-discuss-kashmir-issue
ନ୍ୟୁୟର୍କ,ଅଗଷ୍ଟ୧୫(ଖବର ଓଡ଼ିଶା):

ଚୀନର ଦାବି ଉପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଜାମ୍ମୁ-କାଶ୍ମୀରରୁ ବିଶେଷ ମାନ୍ୟତା ପ୍ରତ୍ୟାହାର କରିବା ଭାରତର ପଦକ୍ଷେପ ଉପରେ ଶୁକ୍ରବାର ବନ୍ଦ କୋଠରୀରେ ଆଲୋଚନା ହେବ। ରାଷ୍ଟ୍ରଦୂତ ନ୍ୟୁଜ୍ ଏଜେନ୍ସି ଏଏଫପିକୁ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରଦୂତ କହିଛନ୍ତି ଯେ, ସୁରକ୍ଷା ପରିଷଦର ବର୍ତ୍ତମାନର ଅଧ୍ୟକ୍ଷ ପୋଲ୍ୟାଣ୍ଡ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଶୁକ୍ରବାର ସକାଳ ୧୦ଟାରେ ସମୟ ନିର୍ଦ୍ଧାରିତ କରିଛନ୍ତି।

ପାକିସ୍ତାନ ନିଜର ଚାଲ ଜରିଆରେ କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟକରଣ କରିବା ଉଦ୍ୟମରେ ଲାଗି ରହିଛି। କାଶ୍ମୀର ମାମଲାରେ ଭାରତ କେବେ ବି ଅନ୍ତରାଷ୍ଟ୍ରୀୟ ଦଖଲକୁ ମଞ୍ଜୁରୀ ଦେଇ ନାହିଁ। ଆଭ୍ୟନ୍ତରୀଣ ମାମଲାରେ ତ କୌଣସି ବାହ୍ୟ ଶକ୍ତିକୁ ଦଖଲ ଦେବାର ତ ପ୍ରଶ୍ନ ହିଁ ଉଠୁନାହିଁ। ଭାରତର କହିବା କଥା କାଶ୍ମୀର ପ୍ରସଙ୍ଗର ସମାଧାନ ସିମଲା ରାଜିନାମା ଅନୁରୂପ ପାକିସ୍ତାନ ସହିତ ଦ୍ଵିପାକ୍ଷିକ ଆଲୋଚନା ଜରିଆରେ ହେବ। ଉଭୟ ଦେଶ ଚାହିଁଲେ ହିଁ ପରସ୍ପର ସହମତିରେ ସମସ୍ୟାର ସାମାଧାନ ପାଇଁ କୌଣସି ତୃତୀୟ ପକ୍ଷକୁ ମଞ୍ଜୁର କରି ପାରନ୍ତି। 

ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାରକୁ ମିଳିତ ଜାତିସଂଘରେ ଉଠାଇବା ପାଇଁ ପାକିସ୍ତାନ ଛଟ ପଟ ହେଉଥିଲା। ଏବେ ଏହି ଦେଶର ପ୍ରୟାସରେ ଚୀନର ସମର୍ଥନ ମିଳିଛି। ପାକିସ୍ତାନକୁ ଭୟ ଘାରିଛି ଯେ, କାଶ୍ମୀରକୁ ନେଇ ଭାରତର ଏହି ବଡ଼ ପଦକ୍ଷେପରେ ସେଠାରେ ଆତଙ୍କବାଦକୁ ବଢାଇବାରେ ତାକୁ ମୁସ୍କିଲ  ହୋଇପାରେ। ଏଥିପାଇଁ ଏହି ଆତଙ୍କୀ ଦେଶ ଯଥା ସମ୍ଭବ ଚାଲ ଚଳାଇବାରେ ଲାଗିଛି। ଇସଲାମାବାଦ କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇବାକୁ ଦାବି କରିଥିଲେ। ଚୀନ ପାକିସ୍ତାନ ସ୍ଵରରେ ସ୍ଵର ମିଳାଇ ଏହି ଦାବି  ମଧ୍ୟ କରିଛି। ଫଳରେ ଶୁକ୍ରବାର ସକାଳ ୧୦ଟାରେ କାଶ୍ମୀର ପ୍ରସଙ୍ଗରେ ମିଳିତ  ଜାତିସଂଘର ସୁରକ୍ଷା  ପରିଷଦର ବନ୍ଦ କୋଠରୀରେ ଆଲୋଚନା ହେବ।