Home > ଅନ୍ତରାଷ୍ଟ୍ରୀୟ
ଚାଇନାର ଏହି ଯୁବତୀ ପିଇଲେ ବାଦୁଡ଼ିର ସୁପ୍, ଏହି କାରଣରୁ ଦୁନିଆରେ ବ୍ୟାପିଛି ମାରାତ୍ମକ କୋରନା ଭାଇରସ !
Khabar Odisha:international-odisha-chinese-woman-eating-bat-as-scientists-link-deadly-coronavirus-to-flying-mammals
ନୂଆଦିଲ୍ଲୀ, ଜାନୁଆରୀ୨୪(ଖବର ଓଡ଼ିଶା):

ଚୀନରେ ରହସ୍ୟମୟୀ କୋରନା ଭାଇରସରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାଇରସରେ ସଂକ୍ରମିତ ହୋଇ ଅଦ୍ୟାବଧି ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ବ୍ୟତୀତ ୮୩୦ ଜଣ ଏହି ଅଜଣା ଭୂତାଣୁଜନିତ ରୋଗରେ ସଂକ୍ରମିତ ଅଛନ୍ତି। ମୁମ୍ବାଇରେ ମଧ୍ୟ ଏହି ଭାଇରସରେ ପ୍ରଭାବିତ ଦୁଇ ଜଣ ରୋଗୀଙ୍କୁ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଏଥିରେ ଜଣେ ଚାଇନା ଯୁବତୀ ବଡ଼ ଚାଉରେ ସୁପ୍ ପିଉଥିବା ନଜର ଆସୁଛନ୍ତି। ଦାବି କରାଯାଉଛି ଯେ, ଏହି ଯୁବତୀ ଜରିଆରେ କୋରନା ଭାଇରସ ବ୍ୟାପିବାରେ ଲାଗିଛି।  

ଏକ ରିପୋର୍ଟ ଅନୁଯାୟୀ, ସ୍ତନ୍ୟପାୟୀ  ଜୀବ ବାଦୁଡ଼ିକୁ ଖାଇବା ଏବଂ ଏହାର ସୁପ୍ ପିଇବା ପରେ ଚାଇନା ଯୁବତୀଙ୍କ ଶରୀରରେ କୋରନା ଭୂତାଣୁ ଉତ୍ପନ ହୋଇଥିଲା ଏବଂ ଏହା ଜରିଆରେ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ମାରାତ୍ମକ ଭୂତାଣୁ ବ୍ୟାପିବାରେ ଲାଗିଛି। 

ଏକ ରିପୋର୍ଟରୁ ଖୁଲାସା ହୋଇଛି ଯେ, କୋରନା ଭୂତାଣୁରୁ ବ୍ୟାପୁଥିବା ଘାତକ ସଂକ୍ରାମକ ନିଃଶ୍ଵାସ ସମ୍ବନ୍ଧିତ ଏହି ରୋଗର ମୂଳ କାରଣ ସାପ ଓ ବାଦୁଡ଼ି ହୋଇ ପାରନ୍ତି। ଗବେଷଣାରୁ କୁହାଯାଇଛି ଯେ, ଏହି ଭାଇରସରେ ସଂକ୍ରମିତ ଲୋକ ଏକ ହୋଲସେଲ ବଜାରରେ ବନ୍ୟଜୀବଙ୍କ  ସଂସ୍ପର୍ଶରେ ଥିଲେ। ସେଠାରେ ସମୁଦ୍ରଖାଦ୍ୟ, ପୋଲଟ୍ରି, ସାପ, ବାଦୁଡ଼ି  ବିକ୍ରି କରାଯାଏ। ଏଠାରେ ଥିବା ଲୋକ କୋରନା ଭାଇରସ ସଂସ୍ପର୍ଶରେ ଆସିଥିଲେ। ଏହି ଭାଇରସକୁ ଡବ୍ଲ୍ୟୁଏଚଓ ୨୦୧୯-ଏନସିଓଭି ନାମ ଦିଆଯାଇଛି।