Home > ଅନ୍ତରାଷ୍ଟ୍ରୀୟ
ହାଫିଜର ଗିରଫଦାରୀ ପରେ ଟ୍ରମ୍ପଙ୍କ ଟ୍ଵିଟ୍- କହିଲେ ଶେଷରେ ଧରା ପଡ଼ିଲା ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ
Khabar Odisha:international-odisha-donald-trump-hails-arrest-of-2611-mastermind-hafiz-saeed
ନୂଆଦିଲ୍ଲୀ,ଜୁଲାଇ୧୭(ଖବର ଓଡ଼ିଶା):

 ହାଫିଜ ସଇଦର ଗିରଫଦାରୀ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ପ୍ରତିକ୍ରିୟା ଆସି ଯାଇଛି। ଟ୍ରମ୍ପ ଟ୍ଵିଟ୍ କରିଛନ୍ତି ଯେ, ୧୦ ବର୍ଷ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ପରେ ମୁମ୍ବାଇ  ଆତଙ୍କୀ ହମଲାର ତଥାକଥିତ ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ପାକିସ୍ତାନ ଗିରଫ କରିଛି। ହାଫିଜକୁ ଖୋଜିବା ପାଇଁ ଗତ ଦୁଇ ବର୍ଷ ହେବ ପାକିସ୍ତାନ ଉପରେ ବହୁତ ଚାପ ପକାଯାଇଥିଲା ବୋଲି ଟ୍ରମ୍ପ କହିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପଙ୍କ କହିବା କଥା ହାଫିଜ ସଇଦର ଗିରଫଦାରୀ ଆମେରିକାର  ପ୍ରବଳ ଚାପ ଯୋଗୁଁ ହୋଇ ପାରିଛି। ଏହା ପୂର୍ବରୁ ମୁମ୍ବାଇ ହମଲାର ଦୋଷୀ ଏବଂ ବିଶ୍ଵ ଆତଙ୍କୀ  ହାଫିଜ ସଇଦ ଉପରେ ଆମେରିକା ୧୦ ମିଲିୟମ ଡଲାରର ପୁରସ୍କାର ଘୋଷିତ କରିଥିଲା। ହାଫିଜ ସଇଦକୁ ପୂର୍ବ ପାକିସ୍ତାନର ଗୁଞ୍ଜରାଓ୍ଵାଲା ଯିବା ସମୟରେ କାଉଣ୍ଟର ଟେରୋରିଜିମ ଡିପାର୍ଟମେଣ୍ଟ ଗିରଫ କରିଛି। ସତ୍ୟ କଥା ଏହା ଯେ, ହାଫିଜ ସଇଦ ପାକିସ୍ତାନରେ ଖୋଲା ଆକାଶ ତଳେ ନିର୍ଭୟରେ ବିଚରଣ କରୁଥିଲା। 

ରାଷ୍ଟ୍ରପତି ଟ୍ରମ୍ପ ହାଫିଜର ଗିରଫଦାରୀ ଉପରେ ଟ୍ଵିଟ୍ କରିଛନ୍ତି ଯୈ, ୧୦ ବର୍ଷର ସନ୍ଧାନ ପରେ ଶେଷରେ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡକୁ ପାକିସ୍ତାନରୁ ଗିରଫ କରାଗଲା। ଉଲ୍ଲେଖଯୋଗ୍ୟ, ହାଫିଜ ସଇଦକୁ ମିଳିତ ଜାତିସଂଘ ବିଶ୍ଵ ଆତଙ୍କୀ ଘୋଷିତ କରି ରଖିଛି। ଆମେରିକା ଦ୍ଵାରା ମଧ୍ୟ ହାଫିଜକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷିତ କରାଯାଇଛି।