Home > ଅନ୍ତରାଷ୍ଟ୍ରୀୟ
ତାଲିବାନ ସହ ଶାନ୍ତି ବାର୍ତା ରବ୍ଦ କଲେ ଟ୍ରମ୍ପ୍
Khabar Odisha:international-odisha-donald-trump-president-america-denies-talk-with-taliban-after-kabul-blast
ଚିକାଗୋ, ସେପ୍ଟେମ୍ବର ୦୮(ଖବର ଓଡିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନ ଓ ତାଲିବାନ ନେତାଙ୍କ ସହ ଚାଲିଥିବା ଶାନ୍ତି ବାର୍ତାକୁ ରବ୍ଦ କରିବା ପାଇଁ ଘୋଷଣା କରିଛନ୍ତି । କାବୁଲରେ ହୋଇଥିବା କାର୍ ବୋମା ବିସ୍ଫୋରଣ ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ଜଣେ ଆମେରିକା ସୈନିକଙ୍କ ସହ ମୋଟ୧୨ ଜଣ ପ୍ରାଣ ହରାଇଥିଲେ । ତାଲିବାନ ଏହି ଘଟଣାରେ ନିଜକୁ ଦାୟୀ କରିଥିଲା ।

ଟ୍ରମ୍ପ ଆଜି ସକାଳେ ଟ୍ୱିଟ କରି କହିଛନ୍ତି ଯେ, ତାଲିବାନ ଓ ଆଫଗାନିସ୍ଥାନର ଲୋକତାନ୍ତ୍ରିକ ନେତାଙ୍କ ତାଙ୍କୁ ସାକ୍ଷାତ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ଏଥି ପାଇଁ ସେମାନେ ଆଜି ଆମେରିକା ଆସିଥାନ୍ତେ । କିନ୍ତୁ ଏହାକୁ ବନ୍ଦ କରାଯାଇଛି । ଏହାର କାରଣ ବାବଦରେ ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଲିବାନ ଆତଙ୍କବାଦୀମାନେ କାବୁଲରେ ଏକ ବୋମା ବିସ୍ଫୋରଣ କରିଥିଲେ । ଯେଉଁଥିରେ ଜଣେ ଆମେରିକୀୟ ଯବାନଙ୍କ ସହ ୧୨ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ତେଣୁ ସେ ସଙ୍ଗେସଙ୍ଗେ ବୈଠକ ଓ ଶାନ୍ତି ବାର୍ତା ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ଏହାସହ ଏମାନେ ନିଜ ଫାଇଦା ପାଇଁ କିପରି ଏତେ ସଂଖ୍ୟକ ଲୋକଙ୍କୁ ମାରି ପାରନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଟ୍ରମ୍ପ ତାଲିବାନ ସହ ଶାନ୍ତି ବାର୍ତା ହେଲେ ଆଫଗାନିସ୍ଥାନରେ ମୁତୟନ ହୋଇଥିବା ସୈନିକ ସଂଖ୍ୟାକୁ ୮୬୦୦ କରାଯିବ ବୋଲି କହିଥିଲେ ।

  • Tags: