Home > ଅନ୍ତରାଷ୍ଟ୍ରୀୟ
ପ୍ରଦୂଷଣ ଲାଗି ଭାରତକୁ ଦୋଷ ଦେଲେ ଟ୍ରମ୍ପ, କହିଲେ ତାଙ୍କର ଆବର୍ଜନା ଲସ୍ ଏଞ୍ଜଲେସ୍ ଆସୁଛି
Khabar Odisha:international-odisha-garbage-that-china-russia-india-drop-in-sea-floats-into-los-angeles-alleges-trump
ନୂଆଦିଲ୍ଲୀ, ନଭେମ୍ବର୧୩(ଖବର ଓଡ଼ିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ  ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ସମାଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ, ଚୀନ ଓ ରୁଷ ନିଜ ଶିଳ୍ପରୁ ନିର୍ଗତ ଧୂଆଁ ଓ ଅଳିଆ ଆବର୍ଜନାର ନିରାକରଣ ଲାଗି କିଛି ପଦକ୍ଷେପ ନେଉନାହାନ୍ତି ଏବଂ ସମୁଦ୍ର ଜରିଆରେ ଏହି ସବୁ ଦେଶର ଆବର୍ଜନା ଲସ୍ ଏଞ୍ଜେଲେସ୍ ପର୍ଯ୍ୟନ୍ତ ପହଞ୍ଚୁଛି। 

ଜଳବାୟୁ ପରିବର୍ତ୍ତନକୁ ବହୁତ ଜଟିଳ ପ୍ରସଙ୍ଗ ଦର୍ଶାଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କିଏ ମାନୁ ବା ନ ମାନନ୍ତୁ ସେ ଅନେକ ଦୃଷ୍ଟିରୁ ଜଣେ ପରିବେଶପ୍ରେମୀ। ମଙ୍ଗଳବାର ଇକୋନୋମିକ କ୍ଲବରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ସଂପୂର୍ଣ୍ଣ ପୃଥିବୀରେ ସ୍ଵଚ୍ଛ ବାୟୁ ଓ ଜଳ ଚାହୁଁଛି। ଆମ ପାଖରେ ଅପେକ୍ଷାକୃତ କମ ଜମି ରହିଛି। ଯଦି ଆପଣ ଏହାର ତୂଳନା ଚୀନ, ଭାରତ ଓ ରୁଷ ଦେଶ ସହିତ କରିବେ ତେବେ ଉକ୍ତ ଦେଶ ନିଜର ନିୟମିତ ଔଦୋଗିକ ଶିଳ୍ପ କାରଖାନାରୁ ନିର୍ଗତ ଆବର୍ଜନାର ନିରାକରଣ ଲାଗି କିଛି କରୁନାହାନ୍ତି ଏବଂ ଉକ୍ତ ଆବର୍ଜନାକୁ ସମୁଦ୍ରକୁ ଛାଡ଼ୁଛନ୍ତି, ଯାହା ପହଁରି ଲସ ଏଞ୍ଜଲେସ୍ ପର୍ଯ୍ୟନ୍ତ ଚାଲି ଆସୁଛି। 

ଟ୍ରମ୍ପ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେରିକା ଏକତରଫା, ଭୟାବହ ଓ ଆର୍ଥିକ ରୂପେ କ୍ଷତିକାରକ ପ୍ୟାରିସ୍ ରାଜିନାମାରୁ ଓହରି ଯାଇଛି। ପ୍ୟାରିସ୍ ରାଜିନାମା ଆମେରିକୀ ନିଯୁକ୍ତିକୁ ବରବାଦ୍ ଓ ବିଦେଶ ପ୍ରଦୂଷକଙ୍କ ସମର୍ଥନ କରିଛି। ପ୍ୟାରିସ୍ ଜଳବାୟୁ ରାଜିନାମା ଆମେରିଲା ଲାଗି ବିପଦଜ୍ଜନକ ଥିଲା। ଏହି ରାଜିନାମାରେ ଆମେରିକାକୁ ଅନେକ ଟ୍ରିଲିୟନ ଡଲାର କ୍ଷତି ହୋଇଥାନ୍ତା।