Home > ଅନ୍ତରାଷ୍ଟ୍ରୀୟ
କାଶ୍ମୀର ପ୍ରସଙ୍ଗରେ ହାରିବା ପରେ ପାକିସ୍ତାନକୁ ୨୪ ଘଣ୍ଟାରେ ଲାଗିଲା ଦୁଇଟି ବଡ଼ ଝଟକା ! ଡୁବିଲା ହଜାର ହଜାର କୋଟି ଟଙ୍କା
Khabar Odisha:international-odisha-imran-khan-pakistan-stock-market-kse100-kashmir-tensions-knock-stocks-3-percent-down-below-29000-level
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

  କାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚାରେ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନର କହିବାନୁଯାୟୀ ଚୀନ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ଉଠାଇଥିଲା। ମାତ୍ର ଚୀନକୁ ବାଦ୍ ଦେଲେ ବାକି ସମସ୍ତ ଦେଶ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷେ କାଶ୍ମୀର ପ୍ରସଙ୍ଗରେ  ପାକିସ୍ତାନର ପରାଜୟ ପରେ ଏବଂ ଭାରତ ସହିତ ଉତ୍ତେଜନା ବଢିବା କାରଣରୁ ନିବେଶକ ପାକିସ୍ତାନ ସେୟାର ବଜାରରୁ ଅର୍ଥ କାଢି ନେଇଛନ୍ତି। ଫଳରେ ସେଠାକାର ସେୟାର ବଜାରର ପ୍ରମୁଖ ଇଣ୍ଡେକ୍ସ କେଏସଇ୧୦୦ ୭୦୦ ଅଙ୍କ ତଳକୁ ଖସିଛି ଏବଂ କିଛି ମିନିଟରେ ପାକିସ୍ତାନ କୋଟି କୋଟି ଟଙ୍କା ଡୁବିଗଲା। ଏହା ବ୍ୟତୀତ ଆମେରିକା ମଧ୍ୟ ପାକିସ୍ତାନକୁ ଦିଆଯାଉଥିବା ଆର୍ଥିକ ସାହାଯ୍ୟକୁ କମ କରିବାକୁ ଘୋଷଣା କରିଛି।

ଆମେରିକା ଦେଲା ପାକିସ୍ତାନ ଝଟକା

ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆମେରିକା ଆଉ ଏକ ଝଟକା ଦେଇଛି। ଆମେରିକା କେରି ଲୁଗର ବର୍ମନ ଆକ୍ଟ ଆଧାରରେ ପାକିସ୍ତାନକୁ ଦିଆଯାଉଥିବା ପ୍ରସ୍ତାବିକ ଆର୍ଥିକ ସହାୟତା ରାଶିରେ ୪୪ କୋଟି ଡଲାର(ପ୍ରାୟ ୩୦୩୬ କୋଟି ଟଙ୍କା) କମ କରି ଦେଇଛି। ଏହି ହ୍ରାସ ପରେ ପାକିସ୍ତାନକୁ ୪.୧ ଅରବ ଡଲାରର ଧନରାଶି ଦିଆଯିବ। 

ପାକିସ୍ତାନ ଖବର କାଗଜ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଆଧାରରେ ଆର୍ଥିକ ସହାୟତା କମ କରିବା ନିଷ୍ପତ୍ତି ବିଷୟରେ ଇମ୍ରାନ ଖାନଙ୍କ ଆମେରିକା ଗସ୍ତ କରିବାର ତିନି ସପ୍ତାହ ପୂର୍ବରୁ ଜଣାଇ ଦିଆଯାଇଥିଲା। 

ଡୁବିଲା ଲକ୍ଷାଧିକ କୋଟି ଟଙ୍କା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଥମ ବର୍ଷର କାର୍ୟ୍ୟ କାଳ ଅଗଷ୍ଟ ୨୮ରେ ପୂରା ହେବାକୁ ଯାଉଛି।  ଏହି ସମୟ ମଧ୍ୟରେ ପାକିସ୍ତାନର ଅର୍ଥବ୍ୟବସ୍ଥା ସଂକଟ ଦେଇ ଗତି କରୁଛି। ଗତ ଏକ ବର୍ଷରେ ଦେଶରେ ମହଙ୍ଗାଇ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସଂପୂର୍ଣ୍ଣ ଭାବେ ଖାଲି ହୋଇ ଯାଇଛି।