Home > ଅନ୍ତରାଷ୍ଟ୍ରୀୟ
ଭାରତର ପାଲଟା ଜବାବରେ ଭୟଭୀତ ପାକିସ୍ତାନ, କାଶ୍ମୀର ସୁଧାର ସ୍ଥିତିକୁ ଗ୍ରହଣ କରିପାରୁ ନାହାଁନ୍ତି ଇମରାନ ଖାନ
Khabar Odisha:international-odisha-imran-khan-tweets-kashmir-propaganda-on-twitter-call-militants-as-helpers-of-kashmiri-people
ନୂଆଦିଲ୍ଲୀ, ଅକ୍ଟୋବର ୦୫ (ଖବର ଓଡିଶା) :

 ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କୌଣସି ବି ସ୍ଥିତିରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ହାତଛଡା କରିବାକୁ ଚାହୁଁ ନାହାଁନ୍ତି। ଏହି ମଧ୍ୟରେ ପୁଣି ଥରେ ଇମରାନ ଖାନ ଟ୍ଵିଟରରେ ବିଶୋଦଗାର କରିଛନ୍ତି। ଇମରାନ କହିଛନ୍ତି କି, ୨ମାସ ହେଲା କାଶ୍ମୀରବାସୀ ଅମାନବୀୟ ସ୍ଥିତିରେ ଅଛନ୍ତି।

କେବଳ ସେତିକି ନୁହେଁ କାଶ୍ମୀର ମଧ୍ୟକୁ ଅନୁପ୍ରେବେଶ କରୁଥିବା ଆତଙ୍କୀମାନଙ୍କ ପାଇଁ ମଧ୍ୟ ଇମରାନ ଓକିଲାତି କରିଛନ୍ତି। ସେ କହିଛନ୍ତି କି, କାଶ୍ମୀରବାସୀଙ୍କୁ ସହଯୋଗ କରିବା ପାଇଁ ଯଦି କେହି ସୀମା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ତେବେ ଭାରତ ତାକୁ ପାକିସ୍ତାନର ପ୍ରାୟୋଜିତ ନାମ ଦେଉଛି। 

ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ସବୁଦିନ ପାଇଁ ଧାରା ୩୭୦ ଇତିହାସ ପାଲଟିବା ପରେ ଘାଟିରେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସରକାର ବହୁ ନଜରବନ୍ଦୀ ଥିବା ନେତାଙ୍କୁ ମୁକ୍ତ କରିଛନ୍ତି। ସେହି ସମୟରେ ପାକିସ୍ତାନର ବହୁ ଆତଙ୍କୀ ସୀମାରେ ଗୁଳି ବର୍ଷା କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଭାରତୀୟ ସେନା ପାକିସ୍ତାନର ବୃଥା ଚେଷ୍ଟାକୁ ବିଫଳ କରୁଛି। ଯେଉଁମାନେ ପିଓକେ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ଭାରତୀୟ ସେନା ସେମାନଙ୍କୁ ନିପାତ କରୁଛି। ଭାରତର କଡା କାର‌୍ୟ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ ହୋଇ ପଡିଲାଣି। 

କାଶ୍ମୀର ସ୍ଥିତି ସୁଧୁରିବାକୁ ଲାଗିଲାଣି ତାହା ପଡୋଶୀ ରାଷ୍ଟ୍ର ସହଜରେ ଗ୍ରହଣ କରିପାରୁ ନାହିଁ। ତେଣୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ବାରମ୍ବାର ଭାରତ ବିରୋଧରେ ବିଶୋଦଗାର କରୁଥିବା ଦେଖାଯାଇଛି।