Home > ଅନ୍ତରାଷ୍ଟ୍ରୀୟ
ଧାରା ୩୭୦: ଦୁନିଆରେ ସମର୍ଥନ ନମିଳିବାରୁ ହାର ମାନିଲା ପାକ୍, କହିଲା ଆମ ସାଙ୍ଗରେ କେହି ନାହାନ୍ତି
Khabar Odisha:international-odisha-jammu-kashmir-pakistan-foreign-minister-shah-mehmood-qureshi-says-world-is-not-with-us
ଇସଲାମାବାଦ,ଅଗଷ୍ଟ୧୨(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ଏବଂ ରାଜ୍ୟର ପୁନର୍ଗଠନକୁ ନେଇ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚାରେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇବାକୁ ଚେଷ୍ଟା କରୁଛି, ମାତ୍ର ଦୁନିଆର ଶକ୍ତିଶାଳୀ ଦେଶ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ବଡ଼ ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଜାମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନର ଅପପ୍ରଚାର କେମିତି ପ୍ରଚାର କରାଯାଉଛି, ଏହାର ଉଲ୍ଲେଖ ଖୋଦ୍ ନିଜର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସୀ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜଫରବାଦରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କ୍ୟୁରେସୀ କହିଛନ୍ତି ଯେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଆମକୁ ସମର୍ଥନ ମିଳିବା ମୁସ୍କିଲ।

ସେ କହିଛନ୍ତି ଯେ, ଆମକୁ ମୁର୍ଖଙ୍କ ସ୍ଵର୍ଗରେ ରହିବା ଉଚିତ୍ ନୁହଁ। ପାକିସ୍ତାନ ଓ କାଶ୍ମୀରୀଙ୍କୁ ଏହା ଜାଣିବା ଉଚିତ୍ ଯେ ଆପଣଙ୍କ ସମର୍ଥନରେ କେହି ନାହାନ୍ତି। ଆପଣଙ୍କୁ ସଂଷର୍ଷ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ପାକିସ୍ତାନର ପଥ ମୁସ୍କିଲ ଦର୍ଶାଇ କହିଛନ୍ତି ଇମୋସନ ହେବା ବହୁତ ସହଜ, ମୋତେ ଦୁଇ ମିନିଟ୍ ଲାଗିବ। ୩୫-୩୬  ବର୍ଷରୁ ମୁଁ ରାଜନୀତି କରୁଛି, ଏହା ମୋର ବାମ ହାତର ଖେଳ। ମାତ୍ର ପ୍ରସଙ୍ଗକୁ ଆଗକୁ ନେବା କଠିନ। ସମଗ୍ର ଦୁନିଆରେ ସମର୍ଥନ ନମିଳିବାରୁ ହତାଶ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେମାନେ ଆପଣଙ୍କ ପକ୍ଷରେ ପରାଜୟ ନେଇ ଛିଡ଼ା ହୋଇ ନାହାନ୍ତି।

ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାର କଥା କହୁଥିବା ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଏହି ପରିଷଦରେ ୫ଟି ଦେଶ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ବି ଭିଟୋ କ୍ଷମତା ପ୍ରୟୋଗ କରି ପାରିବେ। ସମଗ୍ର ଦୁନିଆର  ହିତ ଭାରତ ସହିତ ଜଡ଼ିତ ଅଛି। ଭାରତ ଏକ ଅରବର ମାର୍କେଟ୍। ବହୁତ ଲୋକ ଏଠାରେ ନିବେଶ କରିଛନ୍ତି। ଅନେକ ମୁସଲିମ ଦେଶ ମଧ୍ୟ ଭାରତରେ ନିବେଶ କରିଛନ୍ତି। ତେଣୁ ଆମ କଥା କିଏ ଶୁଣିବ ବୋଲି ସେ କହିଛନ୍ତି।