Home > ଅନ୍ତରାଷ୍ଟ୍ରୀୟ
ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଚୀନର ୟୁଟର୍ଣ୍ଣ, ଜାମ୍ମୁ କାଶ୍ମୀରକୁ ନେଇ ପାକ୍ ସାମ୍ନାରେ କହିଲା ୟୁଏନ ଚାର୍ଟର କଥା
Khabar Odisha:international-odisha-kashmir-issue-china-statement-un-charter-india-pakistan-xi-jinping-visit
  • ଜାମ୍ମୁ କାଶ୍ମୀର ମାମଲାରେ ଚୀନର ୟୁଟର୍ଣ୍ଣ
  • ପାକ୍ ସାମ୍ନାରେ ୟୁଏନ ଚାର୍ଟର କଥା କହିଲା ଚୀନ 
  • ଚୀନକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡିଶା) : ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଚୀନ ୟୁଟର୍ଣ୍ଣ ନେଇଛି। ଜାମ୍ମୁ କାଶ୍ମୀର ମାମଲାକୁ ଭାରତ-ପାକିସ୍ତାନ ମିଳିତ ଜାତିସଙ୍ଘ ଚାର୍ଟର ହିସାବରେ ବୁଝାମଣା କରିବା ଉଚିତ୍ ବୋଲି ଚୀନ କହିଛି। ତେବେ ଏହାର ଦୁଇ ଦିନ ପୂର୍ବରୁ ଚୀନ କହିଥିଲା କି, ଜାମ୍ମୁ କାଶ୍ମୀର ଭାରତ ଏବଂ ପାକିସ୍ତାନର ଦ୍ଵିପାକ୍ଷିକ ମାମଲା। ତେବେ ଚୀନର ଏବେ ଏହି ବୟାନ ପରେ ଭାରତ କଡା ଜବାବ ଦେଇଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବେ ଚୀନ ଗସ୍ତରେ ଅଛନ୍ତି। ସେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ତରଫରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଏଭଳି ବୟାନ ଜାରୀ କରାଯାଇଛି। ଚୀନ କହିଛି କି, ଜାମ୍ମୁ କାଶ୍ମୀର ପ୍ରସଙ୍ଗ ପୁରୁଣା ଇତିହାସର ଏକ ବିବାଦ। ଏହାକୁ ଶାନ୍ତିପୂର୍ଣ୍ଣ ଉପାୟରେ ମିଳିତ ଜାତିସଙ୍ଘ ଚାର୍ଟର, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ନିୟମ ହିସାବରେ ବୁଝାମଣା କରିବା ଉଚିତ୍। ତେବେ ଚୀନର ଏଭଳି ବୟାନ ଆସିବା ପରେ ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର କହିଛନ୍ତି କି, ଆମେ ଚୀନର ରାଷ୍ଟ୍ରପତି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବେଠକ ସମ୍ବନ୍ଧରେ ରିପୋର୍ଟ ଦେଖିଛୁ। ସେମାନେ ଏହି ସାକ୍ଷାତକାରରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ବୋଲି ଉଲ୍ଲେଖ ରହିଛି। ଭାରତର ପକ୍ଷ ପୁରୁଣା ଏବଂ ସେ ଭାରତ ସ୍ପଷ୍ଟ କରିଛି କି, ଜାମ୍ମୁ କାଶ୍ମୀର ଭାରତର ଆନ୍ତରିକ ମାମଲା। ତେଣୁ ଭାରତର ଆନ୍ତରିକ ମାମଲାରେ ଅନ୍ୟ ଦେଶ ହସ୍ତକ୍ଷେପ କରିବାର କୌଣସୀ ଅଧିକାର ନାହିଁ।