Home > ଅନ୍ତରାଷ୍ଟ୍ରୀୟ
ଭାରତର ବଡ଼ ବିଜୟ, ଆଇସିଜେ କୁଲଭୂଷଣଙ୍କ ଫାଶି ଉପରେ ଲଗାଇଲା ରୋକ୍
Khabar Odisha:international-odisha-kulbhushan-jadhav-verdict-international-court-pakistan-india-
ଦହେଗ,ଜୁଲାଇ୧୭(ଖବର ଓଡ଼ିଶା):

କୁଲଭୂଷଣ ଯାଧବ ମାମଲାରେ ଭାରତକୁ ମିଳିଛି ବଡ଼ ବିଜୟ। ଯାଧବ ମାମଲାରେ ଆଇସିଜେ ବଡ଼ ରାୟ ଦେଇଛି। କୋର୍ଟ କୁଲଭୂଷଣଙ୍କ ଫାଶି ଦଣ୍ଡ ଉପରେ ରହିତାଦେଶ ଜାରି କରିଛି। କୋର୍ଟ କହିଛି ଯେ, କୁଲଭୂଷଣଙ୍କୁ ପାକିସ୍ତାନ ଏବେ ଫାଶି ଦେଇ ପାରିବ ନାହିଁ। ଫାଶି ଦଣ୍ଡର ପୁନଃ ବିଚାର ପାଇଁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେଇଛି। ପୁନଃବିଚାର ନସରିବା ଯାଏ କୁଲଭୂଷଣଙ୍କୁ ଫାଶିଦଣ୍ଡାଦେଶ ଦିଆଯାଇ ପାରିବ ନାହିଁ। ଏହା ସହିତ ନିଜର ଆଇନଗତ ପକ୍ଷ ରଖିବାକୁ କୁଲଭୂଷଣଙ୍କୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାରତ ଆଇନଗତ ଲଢେଇ ଲଢି ପାରିବ। ଆଜିର ଏହି ମହତ୍ଵପୂର୍ଣ୍ଣ ଶୁଣାଣିରେ ଆଇସିଜେର ମୋଟ୍ ୧୬ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ 

ନେଦରଲାଣ୍ଡର ହେଗ ସ୍ଥିତ ଅନ୍ତରାଷ୍ଟ୍ରୀୟ ଅଦାଲତ(ଆଇସିଜେ) ଆଜି ପାକିସ୍ତାନରେ ବନ୍ଦୀ ଭାରତର ପୂର୍ବତନ ନୈସେନା ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲାରେ ଶୁଣାଣି କରିଛି। ଆଇସିଜେର ଅଧିକାରୀ ମୁତାବକ ଏହି ମାମଲାରେ ଭାରତକୁ ବଡ଼ ବିଜୟ ମିଳିଛି। ଅଦାଲତ ଯାଧବଙ୍କ ଫାଶି ଉପରେ ରୋକ୍ ଲଗାଇଛନ୍ତି। ଏହା ସହିତ ତାଙ୍କୁ ଏବେ ନ୍ୟାୟିକ ସୁବିଧା ମିଳିବ। କୁଲଭୂଷଣଙ୍କୁ ପାକିସ୍ତାନ ଫାଶି ଦେଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ଫାଶିଦଣ୍ଡର ପୁନଃ ବିଚାର ପାଇଁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଭାରତକୁ  ଆଇନଗତ ଲଢେଇ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। କୁଲଭୂଷଣଙ୍କ ମାନବାଧିକାର କ୍ଷୂର୍ଣ୍ଣ ହୋଇଥିବା ଜଣା ପଡିଛି। ଏହା ସହିତ ପାକିସ୍ତାନ ଭିଏନା ଚୁକ୍ତିନାମାକୁ ଠିକ୍ ଭାବେ ପାଳନ କରିନି ବୋଲି ଆଇସିଜେ କହିଛି। 

ଉଲ୍ଲେଖଯୋଗ୍ୟ ପାକିସ୍ତାନ ସୈନ୍ୟ ଅଦାଲତ ଯାଧବଙ୍କୁ ବଳପୂର୍ବକ ଅପରାଧ ସ୍ଵୀକାର କରାଇ ମୃତ୍ୟ ଦଣ୍ଡାଦେଶ ଶୁଣାଇଛି। ଏହାକୁ ଭାରତ ପ୍ରବଳ ବିରୋଧ କରିବା ସହିତ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା। ଆଜିର ନିଷ୍ପତ୍ତି ଉପରେ ଭାରତ ଓ ପାକିସ୍ତାନର ନଜର ରହିଥିଲା। ଆଜିର କୋର୍ଟର ନିର୍ଣ୍ଣୟ ଭାରତ ପାଇଁ ବଡ଼ ବିଜୟ ହୋଇଛି।  ମାତ୍ର ଗୋଟିଏ କଥା ସ୍ପଷ୍ଟ ଯେ, ଆଇସିଜେର ନିଷ୍ପତ୍ତି କୁଲଭୂଷଣଙ୍କ ଜୀବନ ବଞ୍ଚାଇପାରେ କିନ୍ତୁ ପାକିସ୍ତାନରୁ ମୁକ୍ତ କରିବା ଏତେ ସହଜ ହେବ ନାହିଁ।

ଫେବୃଆରୀ ୨୧ରେ ଆଇସିଜେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲା

ନିଷ୍ପତ୍ତି ଶୁଣାଇ ଆଇସିଜେର ପ୍ରମୁଖ ଅବଦୁଲକଭି ଅହମ୍ମଦ ୟୁସୁଫ ପାକିସ୍ତାନକୁ କୁଲଭୂଷଣ ସୁଧୀର ଯାଧବଙ୍କ ସଜା ଉପରେ ପୁନଃବିଚାର କରିବାକୁ ଆଦେଶ ଦେଇଛନ୍ତି। ଏହା ପୂର୍ବରୁ ଆଇସିଜେ ୨୦୧୯ ଫେବୃଆରୀ ୨୧ରେ ଏହି ମାମଲାରେ ଶୁଣାଣି ପୂରା କରି ରାୟ ସଂରକ୍ଷିତ ରଖିଥିଲେ। ରାୟ ସଂରକ୍ଷିତ ରଖିବାର ପ୍ରାୟ ୫ ମାସ ପରେ ଜଜ ୟୁସୁଫଙ୍କ ନେତୃତ୍ଵାଧୀନ ୧୫ ଜଣିଆ ଖଣ୍ଡପୀଠ ନିଜର ରାୟ ଶୁଣାଇଛନ୍ତି।

ଭାରତର କିଛି ଦାବି ଖାରଜ

ଏହା ବ୍ୟତୀତ ଆଇସିଜେ ସୈନ୍ୟ ଅଦାଲତର ନିଷ୍ପତ୍ତିକୁ ରଦ୍ଦ କରିବା, ଯାଧବଙ୍କ ମୁକ୍ତି ଏବଂ ତାଙ୍କୁ ସୁରକ୍ଷିତ ଭାରତ ପହଞ୍ଚାଇବା ନୂଆଦିଲ୍ଲୀର ଏହି ଦାବିକୁ ଖାରଜ କରିଛି। ତଥାପି ଆଇସିଜେର ଏହି ନିଷ୍ପତ୍ତି ଭାରତ ପାଇଁ ବଡ଼ ବିଜୟ ଏବଂ ପାକିସ୍ତାନ ପାଇଁ ଲଜ୍ଜାଜନକ ହୋଇଛି। କୋର୍ଟ ଭାରତର ଅପିଲ ବିରୋଧରେ ପାକିସ୍ତାନର ଅଧିକାଂଶ ଆପତ୍ତିକୁ ସଂପୂର୍ଣ୍ଣ ଭାବେ ଖାରଜ କରି ଦେଇଛି। ଏହା ଦ୍ଵାରା ଅନ୍ତାଷ୍ଟ୍ରୀୟ ସ୍ତରରେ ପୁଣି ଥରେ ପାକିସ୍ତାନକୁ ଲୋକହସା ହେବାକୁ ପଡିଛି। 

ଦୁଇ ବର୍ଷ ଦୁଇ ମାସ ପର୍ଯ୍ୟନ୍ତ ଚାଲିଲା ମାମଲା

କୁଲଭୂଷଣ ମାମଲାରେ ଆର୍ମି କୋର୍ଟ ଅନ୍ତରାଷ୍ଟ୍ରୀୟ କାନୁନ ଓ ସନ୍ଧିର ଖୋଲାଖୋଲି ଉଲ୍ଲଙ୍ଘନ କରିଛି। ଭିଏନା ସନ୍ଧିର ଉଲ୍ଲଙ୍ଘନ କରି ପାକ୍ ଆର୍ମି କୋଟ୍ ଯାଧବଙ୍କୁ କେବଳ ନ୍ୟାୟିକ ସାହାଯ୍ୟ ପାଇବାରୁ ଦୂରରେ ରଖିନାହିଁ ବରଂ ମା ଏବଂ ପତ୍ନୀଙ୍କୁ ମଧ୍ୟ ସିଧାସଳଖ ଭେଟିବାକୁ ଦେଇ ନାହିଁ। ଦୁଇ ବର୍ଷ ଦୁଇ ମାସ ପର୍ଯ୍ୟନ୍ତ ଆଇସିଜେର ୧୫ ଜଣିଆ ପୀଠ ଶୁଣାଣି ସମୟରେ ଭାରତ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ପୂରା ଦୁନିଆ ସାମ୍ନାରେ ରଖିଥିଲା।

ପାକିସ୍ତାନ ଦାବି କରିଥିଲା ଯେ, କୁଲଭୂଷଣ ଯାଧବଙ୍କୁ ପାକିସ୍ତାନୀ ସୁରକ୍ଷା ବଳ ୨୦୧୬ ମାର୍ଚ୍ଚ ୩ରେ ଗୁପ୍ତଚର ଏବଂ ଆତଙ୍କବାଦୀ ଆରୋପରେ ବଲୁଚିସ୍ତାନରୁ ଗିରଫ କରିଛି। ଏହା ପରେ ଯାଧବଙ୍କୁ ମୃତ୍ୟୁ ସଜା ଶୁଣାଯାଇଥିଲା। ୨୦୧୫ ମାର୍ଚ୍ଚ ୨୫ରେ ଭାରତକୁ ଯାଧବଙ୍କ ଗିରଫଦାରୀ ବିଷୟରେ ସୂଚନା ମିଳିଥିଲା। ଏହି ମାମଲାରେ ଭାରତ ୨୦୧୭ରେ ଆଇସିଜେର ଦ୍ଵାରସ୍ଥ ହୋଇଥିଲା। ଭାରତ ଆଇସିଜେ ସାମ୍ନାରେ ଦୁଇଟି ଅପିଲ ରଖିଥିଲା। ପ୍ରଥମତଃ, କୁଲଭୂଷଣ ଯାଦବଙ୍କ ମୃତ୍ୟୁ ସଜାକୁ ରଦ୍ଦ କରାଯାଉ କାରଣ ପାକିସ୍ତାନ ଏହି ମାମଲାରେ ଭିଏନା ସନ୍ଧିର ଉଲ୍ଲଙ୍ଘନ କରିଛି। ଦ୍ଵିତୀୟତଃ ପାକିସ୍ତାନ ମିଲିଟାରୀ କୋର୍ଟର ନିଷ୍ପତ୍ତିକୁ ତୁରନ୍ତ ପ୍ରଭାବରୁ ଖାରଜ କରାଯାଉ। କାରଣ ନ୍ୟାୟଶାସ୍ତ୍ରର ଅନ୍ତରାଷ୍ଟ୍ରୀୟ କାନୁନ ଆଧାରରେ ଏମିତି ଅଦାଲତରେ କୌଣସି କାନୁନ ଆଧାର ନଥାଏ।