Home > ଅନ୍ତରାଷ୍ଟ୍ରୀୟ
ଅକଲ ଗୁଡ଼ୁମ, ମାଲେସିଆ ପ୍ରଧାନମନ୍ତ୍ରୀ କହିଲେ- ଭାରତ ସହ ଲଢ଼ିବାର ଶକ୍ତି ନାହିଁ
Khabar Odisha:international-odisha-malaysias-pm-mahathir-mohamad-says-no-trade-action-on-india-palm-oil-boycott
ନୂଆଦିଲ୍ଲୀ, ଜାନୁଆରୀ୨୦(ଖବର ଓଡ଼ିଶା):

ଗତ କିଛି ସମୟରୁ ଭାରତ ବିରୋଧୀ ଆଭିମୁଖ୍ୟ ଆପଣେଇ ଆସୁଥିବା ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ସୋମବାର କହିଛନ୍ତି ଯେ, ସେ ଭାରତ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। 

ସମଗ୍ର ଦୁନିଆରେ ସବୁଠୁ ବଡ଼ ତୈଳ କ୍ରେତାକାରୀ ଭାରତ ଚଳିତ ମାସରେ ମାଲେସିଆଠୁ ତୈଳ ଆମଦାନୀ ଉପରେ ରୋକ୍ ଲଗାଇଥିଲା। ମହାତିରଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ଏହି ଘଟଣାକୁ ଯୋଡ଼ି ଦେଖାଯାଉଛି। ଉଲ୍ଲେଖଯୋଗ୍ୟ, ମହାତିର କାଶ୍ମୀର ପ୍ରସଙ୍ଗ ସହିତ ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତର କଡ଼ା ସମାଲୋଚନା କରିଥିଲେ। 

ମହାତିର ମାଲେସିଆଙ୍କ ଲାଙ୍ଗକାବିରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ଆମେ ଭାରତ ବିରୋଧରେ କୌଣସି ପ୍ରତି ଜବାବରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବହୁତ ଛୋଟ ଦେଶ। ଆମକୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଅନ୍ୟ ସାଧନର ବ୍ୟବହାର କରିବାକୁ ପଡ଼ିବ। ତଥାପି ୯୪ ବର୍ଷୀୟ ମହାତିର ନାଗରିକତା ଆଇନକୁ ନେଇ ସୋମବାର ପୁଣି ଥରେ ଦୋହରାଇ ଏହା ସଂପୂର୍ଣ୍ଣ ଅନୁଚିତ୍ ବୋଲି କହିଛନ୍ତି। 

ଭାରତ ଗତ ପାଞ୍ଚ ବର୍ଷରେ ମାଲେସିଆଠୁ ଖାଦ୍ୟ ତୈଳ କ୍ରୟ କରିବାରେ ଦେଶଗୁଡ଼ିକ ମଧ୍ୟରେ ଶୀର୍ଷରେ ରହିଛି। ମାତ୍ର ଏବେ ମାଲେସିଆକୁ ଖାଇବା ତେଲ ବିକ୍ରି କରିବା ମୁସ୍କିଲ ହୋଇ ପଡ଼ିଛି। ମାଲେସିଆର ଅର୍ଥବ୍ୟବସ୍ଥାରେ ଖାଇବା ତେଲ ରପ୍ତାନୀ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।