Home > ଅନ୍ତରାଷ୍ଟ୍ରୀୟ
ଭାରତର ଯାତ୍ରୀ ବିମାନକୁ ଏକ ଘଣ୍ଟା ଧରି ଘେରି ରଖିଲା ହତାଶିଆ ପାକିସ୍ତାନର ଏଫ-୧୬
Khabar Odisha:international-odisha-pak-f-16-jets-intercepted-delhi-kabul-spicejet-flight-last-month
ନୂଆଦିଲ୍ଲୀ, ଅକ୍ଟୋବର୧୭(ଖବର ଓଡ଼ିଶା):

ଭାରତୀୟ ବାୟୁସେନା ବାଲାକୋଟ୍ ଏୟାରଷ୍ଟ୍ରାଇକ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ସଂପୂର୍ଣ୍ଣ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ଭାରତ ବିରୋଧରେ ଅପପ୍ରଚାର କରିବାକୁ ପଡୋଶୀ ପାକିସ୍ତାନ ଅହରହ ଉଦ୍ୟମ ଚଳାଇଛି। ମାତ୍ର ଅନ୍ତାଷ୍ଟ୍ରୀୟ ସମୁଦାୟର ସବୁ ମୋର୍ଚ୍ଚାରେ ପାକିସ୍ତାନକୁ କେବଳ ନିରାଶ ହିଁ ମିଳିଛି। ଏହା ମଧ୍ୟରେ ଗତ ମାସରେ ପାକିସ୍ତାନ କିଛି ଏମିତି ସତସାହାସ କରିଛି ଯାହା ଦୁଇ ଦେଶରେ ଥିବା ତିକ୍ତତାକୁ ଆହୁରି ବଢାଇପାରେ। ପାକିସ୍ତାନର ଲଢୁଆ ବିମାନ କାବୁଲ ଯାଉଥିବା ଏକ ଭାରତୀୟ ବିମାନକୁ ନିଜ ଏୟାରସ୍ପେସରେ ପ୍ରାୟ ଏକ ଘଣ୍ଟା ଧରି ଘେରି ରଖିଥିଲା। 

ସୂତ୍ରରୁ ହସ୍ତଗତ ସୂଚନା ମୁତାବକ ସ୍ପାଇସ୍ ଜେଟର ଏହି ବିମାନକୁ ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଘେରି ରଖିଥିଲା ଏବଂ ପାଇଲଟକୁ ଉଚ୍ଚତା ହ୍ରାସ କରି ବିମାନର ତଥ୍ୟ ମାଗିଥିଲା। ଏହି ଘଟଣା ସେପ୍ଟେମ୍ବର ୨୩ରେ ଘଟିଛି। ସ୍ପାଇସ୍ ଜେଟର ଏସଜି-୨୧ ବିମାନ ଦିଲ୍ଲୀରୁ କାବୁଲ ଅଭିମୁଖେ ଯାତ୍ରା କରୁଥିଲା। ସେହି ସମୟରେ ବିମାନରେ ୧୨୦ ଯାତ୍ରୀ ଥିଲେ। 

ଏହି ଘଟଣା ସେହି ସମୟରେ ଘଟିଛି ଯେବେ ପାକିସ୍ତାନ ନିଜର ଆକାଶ ମାର୍ଗ ଭାରତ ପାଇଁ ବନ୍ଦ କରିନଥିଲା। ସୂତ୍ର ଅନୁଯାୟୀ ଭାରତୀୟ ବିମାନର ପାଇଲଟ ଏଫ-୧୬ ବିମାନର ପାଇଲଟକୁ କହିଥିଲେ, ଏହା ସ୍ପାଇସଜେଟର ବାଣିଜ୍ୟିକ ବିମାନ ଏବଂ ଏଥିରେ ଥିବା ଯାତ୍ରୀ କାବୁଲ ଯାତ୍ରା କରୁଛନ୍ତି।

ଯେବେ ପାକିସ୍ତାନୀ ଲଢୁଆ ବିମାନ ଭାରତୀୟ ବିମାନକୁ ଘେରି ଯାଇଥିଲା ତେବେ ଏଫ-୧୬କୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ମଧ୍ୟ ଦେଖିଥିଲେ। ଜଣେ ଯାତ୍ରୀ ନାମ ନଛାପିବା ସର୍ତ୍ତରେ କହିଛନ୍ତି ଯେ, ଏଫ-୧୬ର ବିମାନର ପାଇଲଟ  ହାତରେ ଇସାରା କରି ଭାରତୀୟ ବିମାନର ପାଇଲଟଙ୍କୁ  ବିମାନର ଉଚ୍ଚତା ହ୍ରାସ କରିବାକୁ କହୁଥିଲେ। 

ସୂତ୍ର ଅନୁସାରେ ପ୍ରତ୍ୟେକ ବିମାନର ଏକ କୋଡ୍ ରହିଥାଏ, ଯେମିତି ସ୍ପାଇସଜେଟ ବିମାନର କୋଡ୍ ଏସଜି ଥିଲା। ଏହି କାରଣରୁ ପାକିସ୍ତାନ ଏଟିସି ଦ୍ଵନ୍ଦ୍ଵରେ ପଡ଼ିଗଲେ ଏବଂ ସେମାନେ ସ୍ପାଇସଜେଟକୁ ଆଇଏ ଭାବି ନେଲେ ଏବଂ ଏହା ଭାରତୀୟ ସେନା କିମ୍ବା ଭାରତୀୟ ବାୟୁସେନାର ହୋଇଥିବା ଧରିନେଲେ। 

ଯେବେ ପାକିସ୍ତାନ ଏଟିସି ସୂଚନା ଦେଲା ଯେ ଭାରତରୁ ଏକ ବିମାନ ଆଇଏ କୋଡ୍ ସହିତ ଆସୁଛି। ତେଣୁ ପାକିସ୍ତାନ ବିମାନକୁ ଘେରିବା ପାଇଁ ଏଫ-୧୬ ବିମାନକୁ ପଠାଇଥିଲା। ଡିଜିସିଏର ଅଧିକାରୀ କହିଛନ୍ତି ଯେ, ଯେବେ ଦ୍ଵନ୍ଦ୍ଵ ଦୂର  ହେଲା ପାକିସ୍ତାନ ଲଢୁଆ ବିମାନ ଭାରତୀୟ ବିମାନକୁ ପାକିସ୍ତାନୀ ଆକାଶ ମାର୍ଗ ବାହାର ପର୍ଯ୍ୟନ୍ତ ଛାଡ଼ିଥିଲା। ଜଣେ ଯାତ୍ରୀ କହିଛନ୍ତି ଯେ, ଯେବେ ପାକିସ୍ତାନୀ  ଏଫ-୧୬ ବିମାନ ଆମ ବିମାନର ନିକଟତର ଥିଲା, ତେବେ ଯାତ୍ରୀଙ୍କୁ ଚୁପ୍ ରହିବା ଏବଂ ନିଜର ଝରକା ବନ୍ଦ ରଖିବାକୁ କୁହାଯାଇଥିଲା।