Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନୀ ସେନାଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, କାର୍ଯ୍ୟକାଳ ବିସ୍ତାର ଉପରେ ଲାଗିଲା ପ୍ରତିବନ୍ଧକ
Khabar Odisha:international-odisha-pakistan-army-chief-general-qamar-javed-bajwa-tenure-extension
ଇସଲାମବାଦ, ନଭେମ୍ଵର ୨୬ (ଖଵର ଓଡିଶା) :

ପାକିସ୍ତାନର ସେନାପ୍ରମୁଖ ଜେନେରାଲ କମର ଜାବେଦ ବାଜୱାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ପାକିସ୍ତାନୀ ସୁପ୍ରିମକୋର୍ଟ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ବିସ୍ତାରର ଅଧିସୂଚନା ଆସନ୍ତାକାଲି ଯାଏଁ ନିଲମ୍ଵିତ କରିଦେଇଛନ୍ତି। ଏହା ସହ ଅଦାଲତ ପାକିସ୍ତାନୀ ସେନା ପ୍ରମୁଖଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। 

ସୂଚନାନୁଯାୟୀ, ଜେନେରାଲ ବାଜୱା ପାକିସ୍ତାନର ସେନା ପ୍ରମୁଖ ପଦବୀରୁ ନଭେମ୍ଵର ୨୯ରେ ଅବସର ନେବାକୁ ଯାଉଛନ୍ତି। ଏବେ ଏହି ମାମଲାରେ ବୁଧବାର ଯାଏଁ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଶୁଣାଣି ସମୟରେ ପାକିସ୍ତାନର ପ୍ରଧାନ ବିଚାରପତି କହିଛନ୍ତି ଯେ, ସ୍ପଷ୍ଟ ରୂପରେ ସେନା ପ୍ରମୁଖଙ୍କ କାର୍ଯ୍ୟକାଳ ବିସ୍ତାରକୁ ମଞ୍ଜୁରୀ ଦେଇ ନାହାଁନ୍ତି। ଚଳିତ ବର୍ଷ ଅଗଷ୍ଟ ୧୯ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ଯାଏଁ ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ଅଧିସୂଚନାରେ କୁହାଯାଇଥିଲା ଯେ, ଜେନେରାଲ କମର ଜାବେଦ ବାଜୱାଙ୍କୁ ବର୍ତ୍ତମାନ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ତାରିଖରୁ ଆସନ୍ତା ତିନି ବର୍ଷ ଯାଏଁ କାର୍ଯ୍ୟକାଳ ବୃଦ୍ଧି କରି ସେନାଧ୍ୟକ୍ଷ ପଦବୀରେ ରଖାଯିବ। 

ଏହି ମାମଲାରେ ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, କେବଳ ପାକିସ୍ତାନର ରାଷ୍ଟ୍ରପତିଙ୍କ ନିକଟରେ ଏହି କ୍ଷମତା ରହିଛି। କେବଳ ରାଷ୍ଟ୍ରପତି ସେନା ପ୍ରମୁଖଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରିବେ। ଆଟର୍ଣ୍ଣି ଜେନେରାଲ ଅନୱର ମସୂର ଖାନ ଅଦାଲତକୁ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ସେନା ପ୍ରମୁଖଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏଥିପାଇଁ କ୍ୟାବିନେଟ ମଧ୍ୟ ମଞ୍ଜୁରୀ ଦେଇଥିଲା। 

ଏନେଇ ପାକିସ୍ତାନ ପ୍ରଧାନବିଚାରପତି କହିଛନ୍ତି ଯେ, ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବିସ୍ତାରକୁ ନେଇ କ୍ୟାବିନେଟରେ ୨୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣଙ୍କର ଭୋଟ ମିଳିଛି। ଆହୁରି ୧୪ ଜଣ ଭୋଟ ଦେଇନଥିବା କାରଣରୁ କୌଣସି ରାୟ ଦିଆଯିବ ନାହିଁ।