Home > ଅନ୍ତରାଷ୍ଟ୍ରୀୟ
ଏବେ ରୋଟି ପାଇଁ ବିକଳ ହେବେ ପାକିସ୍ତାନୀ, ଅଟା ଓ ଗହମର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ
Khabar Odisha:international-odisha-pakistan-bans-wheat-export-to-control-the-roti-price
ଇସଲାମାବାଦ,ଜୁଲାଇ୧୮(ଖବର ଓଡ଼ିଶା):

କାଙ୍ଗାଳର ଦ୍ଵାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନରେ ଲୋକଙ୍କୁ ମହଙ୍ଗା ହୋଇ ଚାଲିଥିବା ଖାଦ୍ୟ ସାମଗ୍ରୀକୁ ନେଇ ନାହିଁ ନଥିବାର ଅବସ୍ଥା ଭୋଗିବାକୁ ପଡ଼ୁଛି। ଏବେ ଗହମ ଏବଂ ଅଟା ଦର ଆକାଶଛୁଆଁ ହେଲାଣି। ଅବସ୍ଥା ଯେମିତି ସାଙ୍ଘାତିକ ନହୁଏ ଏଥିପାଇଁ ଇମ୍ରାନ ସରକାର ଗହମ ଓ ଅଟାର ରପ୍ତାନୀ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ପାକିସ୍ତାନରେ କଳାବଜାରୀଙ୍କ ବିରୋଧରେ ସମଗ୍ର ଦେଶରେ ଅଭିଯାନ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନରେ ଏଥର ଗହମର ଉତ୍ପାଦନ ଗତ ବର୍ଷ ତୂଳନାରେ କମ ହୋଇଛି। ଫଳସ୍ଵରୂପ ଅଟାର ଉତ୍ପାଦନ ଗତ ବର୍ଷ ତୂଳନାରେ ୩୩ ପ୍ରତିଶତ କମ ହୋଇଛି। ଫଳରେ ଲୋକଙ୍କ ପାଇଁ ରୋଟି ଖାଇବା ମଧ୍ୟ ମହଙ୍ଗା ହୋଇ ପଡିଛି। ରୋଟି ଓ ଗହମରେ ପ୍ରସ୍ତୁତ ଉତ୍ପାଦନକୁ ନିୟନ୍ତ୍ରିତ କରିବା ପାଇଁ ଇମ୍ରାନ ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ନ୍ୟାସନାୋଲ ପ୍ରାଇସ ମନିଟରିଂ କମିଟିର ର ବୈଠକ ଡକାଇବାକୁ ବିଚାର କରୁଛନ୍ତି। ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ମାତ୍ର ଗୋଟିଏ ରୋଟିର ମୂଲ୍ୟ ୨୦ରୁ ୩୦ ଟଙ୍କାରେ ପହଞ୍ଚିଛି।

ଗହମ ଓ ଅଟାର ରତ୍ପାନୀ ଉପରେ ପ୍ରତିବନ୍ଧ ଲଗାଇବା ନିଷ୍ପତ୍ତି ଇମ୍ରାନଙ୍କ କ୍ୟାବିନେଟର ଇକୋନୋମିକ କୋଅର୍ଡିନେସନ କମିଟି(ଇସିସି) ବୁଧବାର ହୋଇଥିବା ବୈଠକରେ ନେଇଛି। ବୈଠକର ଅଧ୍ୟକ୍ଷତା ପିଏମ ଇମ୍ରାନଙ୍କ ଆର୍ଥିକ ପରାମର୍ଶଦାତା ଅବଦୁଲ ହାଫିଜ ଶେଖ କରିଥିଲେ।  ବୈଠକରେ ସାରା ଦେଶରେ ଗହମର ଦାମ ସ୍ଥିର ରଖିବା ଉପରେ ଆଲୋଚନା କରାଯାଇଥିଲା।